ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କର ଶନିବାର ମୁମ୍ବଇରେ ପରଲୋକ ଘଟିଛି। ସେ ‘ଅକେଲେ ହମ୍ ଅକେଲେ ତୁମ୍’, ‘ରାଜା ହିନ୍ଦୁସ୍ତାନୀ’ ଓ ‘ଇଶ୍କ’ ଆଦି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବଲିଉଡ଼ ଶୋକ ପ୍ରକାଶ କରିଛି। ଅନେକ ଅଭିନେତା ଅଭିନେତ୍ରୀ ଟ୍ବିଟ୍ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି। ସେ ବଲିଉଡ଼ର ବହୁ ପ୍ରତିଷ୍ଠିତ କଳାକାରଙ୍କୁ ନୃତ୍ୟ ଶିଖାଇଥିଲେ।
Popular Categories



