www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିରେ ଯୋଗଦେଲେ ଅଭିନେତା ‘ଅରୁଣ ବକ୍ସି’

ନୂଆଦିଲ୍ଲୀ : ବଲିଉଡ଼ର ଜଣାଶୁଣା ଅଭିନେତା ଅରୁଣ ବକ୍ସି ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ରମନ ସିଂହଙ୍କ ଉପସ୍ଥିତିରେ ଅରୁଣ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅନେକ ବଡ଼ ବଡ଼ ନେତା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର ଏବଂ ସନି ଦେଓଲଙ୍କ ଭଳି କଳାକାର ବିଜେପିରେ ଯୋଗଦେଇଥିଲେ।
ଅରୁଣ ବକ୍ସି ‘କୟାମତ’, ‘ହିନା’ ଏବଂ ‘ହିନ୍ଦ କି ବେଟି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ‘ଦେଖ ଭାଇ ଦେଖ’ ଭଳି ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ସେ ମୋଦୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା କହିଛନ୍ତି।
ସୂଚନା ମୁତାବକ, ଅରୁଣ ତାଙ୍କ ଅଭିନୟ ଜୀବନରେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବଂ ଏକ ସମୟରେ ସେ ଗାୟକ ଭାବେ ୨୯୮ଟି ଗୀତରେ କଣ୍ଠଦାନ କରିଥିଲେ। ସେ ପଞ୍ଜାବି ଏବଂ ଭୋଜପୁରି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଅରୁଣ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୧ମସିହାରେ ବଲିଉଡ଼ରେ ପାଦ ଥାପିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories