www.samajalive.in
Sunday, December 7, 2025
13.1 C
Bhubaneswar

ଗୁରୁଡିଝାଟିଆ ପୁଲିସର ନିଷ୍କ୍ରିୟତା, ଏସିଡ ମାଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଗୁରୁଡିଝାଟିଆ: ଅତ୍ୟନ୍ତ ଆକ୍ରୋଶ ଓ ପ୍ରତିଶୋଧ ପରାୟଣ ହୋଇ ଫେରାର ରହିଥିବା ଜନୈକ ଯୁବକ ଓ ତାର ଭାଇ ଓରନ୍ଦା ଗ୍ରାମ ପଞ୍ଚାୟତର ସୀତାରାମପୁର ଗ୍ରାମର ଦାଶରଥି ବେହେରାଙ୍କୁ ଏସିଡ୍‍ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଦାଶରଥିଙ୍କ ସ୍ତ୍ରୀ ସମିତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦାଶରଥିଙ୍କ ଉପରେ ନପଡି ଅନ୍ୟତ୍ର ପଡିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଦାଶରଥି। ଏ ନେଇ ଦାଶରଥିଙ୍କ ସ୍ତ୍ରୀ ସମିତା ବେହେରା ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପୁଲିସ କୌଣସି ଏପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ଏତଲା କପି ଦେଇନଥିବା ଜଣାଯାଏ। ଅଭିଯୋଗ ପରେ ଘଟଣାସ୍ଥଳରେ ଅନୁଧ୍ୟାନକୁ ଗୁରୁଡିଝାଟିଆ ପୁଲିସ ଯାଇଥିଲା।

ପ୍ରକାଶଯୋଗ୍ୟ, ଗତ କିଛିମାସ ତଳେ ଦାଶରଥି ଏବଂ ତାଙ୍କ ସ୍ତ୍ରୀ ଘରେ ଅନୁପସ୍ଥିତ ସମୟରେ କପୁସିଂ ଗ୍ରାମର କିଛି ଯୁବକ ଘରେ ପଶି ଭଙ୍ଗାରୁଜା କରିବା ସହିତ ଅନେକ ଜିନିଷ ଚୋରି କରିଆଣିଥିଲେ। ଏନେଇ ଦାଶରଥି ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ କ୍ରୋଧାନ୍ୱିତ ହୋଇ ଅଭିଯୁକ୍ତମାନେ ଦାଶରଥିଙ୍କ ଏକ ଦୋକାନରେ ନିଆଁ ଲଗାଇଦେଇଥିଲେ। ଘଟଣା ସଂପର୍କରେ ପୁନର୍ବାର ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ ଦେବା ପରେ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ। ପୁଲିସ ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ପୁୂନର୍ବାର ଗତକାଲି ହଠାତ୍‍ ଦାଶରଥିଙ୍କ ଉପରକୁ ଏସିଡ୍‍ ମାଡ କରିବା ଘଟଣା ଗୁରୁଡିଝାଟିଆ ପୋଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସ୍ଥାନୀୟ ପୁଲିସ କଣ ପାଇଁ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାର୍ହି ଯାହାଫଳରେ କି ଦାଶରଥିଙ୍କ ପରିବାର ଉପରେ ବିପଦ ମାଡି ଆସୁଛି। ଦାଶରଥି ଏସିଡ ମାଡରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଯଦି ତାଙ୍କର କ୍ଷତି ହୋଇଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories