www.samajalive.in
Tuesday, December 9, 2025
16.1 C
Bhubaneswar

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ମୃତ

ବ୍ରଜରାଜନଗର : ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟସ୍ଥ ନୂଆଡ଼ିହି ଛକଠାରେ ଆଜି ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କନ୍ଦର୍ପ ଚୌଧୁରୀ (୫୨)। ମୃତକ ବାମଡା ଅଂଚଳର ମୂଳ ବାସିନ୍ଦା ଅଟନ୍ତି। ତେବେ ଏମସିଏଲ ସମଲେଶ୍ବରୀ କୋଇଲା ଖଣିରେ କାର୍ଯ୍ୟରତ ଥିବାରୁ ହିଲଟପ କଲୋନୀରେ ରହୁଥିଲେ ବୋଲି ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ସେପଟେ ଏହି ଦୁର୍ଘଟଣାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଉତକ୍ତ ହୋଇ ମୃତଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ନେଇ ଜାତୀୟ ରାଜପଥ ଉପରେ ଭିଡ ଜମାଇ ହୋ ହଲ୍ଲା କରୁଛନ୍ତି। ଅପରପକ୍ଷେ ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧.୩୦ ସମୟରେ କନ୍ଦର୍ପ ବାଇକ(ଓଡି-୧୪-ଭି- ୮୮୨୯) ଯୋଗେ ଝାରସୁଗୁଡ଼ା ଅଭିମୁଖେ ବାହାରି ଥିଲେ। ହେଲେ ଗାନ୍ଧିଛକ ଟୋଲ ଗେଟ ପାରି ହେବା ପରେ ନୂଆଡ଼ିହି ଛକର ଅଳ୍ପ ଦୁରତାରେ ଦୁର୍ଘଟଣାର ଶିକାର ହୋଇଥିଲେ। କନ୍ଦର୍ପକୁ କେଉଁ ଗାଡି ଧକ୍କା ଦେଇଛି କିମ୍ବା ସେ ନିଜେ ରାସ୍ତା ଉପରେ ପଡି ମୃତ୍ୟୁବରଣ କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ରାସ୍ତା ଉପରେ ମୁହଁ ମାଡି ପଡ଼ିଥିବାରୁ କନ୍ଦର୍ପଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସେପଟେ ମୃତକଙ୍କ ପରିବାରଙ୍କୁ ଖବର ଦେବା ପରେ ସେମାନେ ଆସୁଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories