ଲକ୍ଷ୍ନୌ : ସୁଲତାନପୁରର ମୋତିଗପୁର ଥାନା ଅନ୍ତର୍ଗତ ପାଣ୍ଡେ ବାବା ବଜାରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଶ୍ରମିକ ଆହତ ହୋଇଛନ୍ତି। କାଦୀପୁରଠାରୁ ଆସୁଥିବା ଟ୍ରାକ୍ଟର ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।
ସୂଚନାଯୋଗ୍ୟ, ମୋତିଗପୁର ଅଞ୍ଚଳରେ ଉକ୍ତ ଟ୍ରାକ୍ଟରରେ ଶ୍ରମିକମାନେ ମାଉ ଜିଲାର ଏକ ସ୍ଥାନକୁ କାମ କରିବାକୁ ଯାଉଥିଲେ। ସେହି ସମୟରେ କାଦୀପୁରରୁ ଆସୁଥିବା ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚ ଆହତମାନଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ୩ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।
ଟ୍ରାକ୍ଟର-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା : ୩ ଶ୍ରମିକ ମୃତ
Popular Categories



