www.samajalive.in
Sunday, December 7, 2025
15.1 C
Bhubaneswar

ଅଣ୍ଟିଆ ପଞ୍ଚାୟତରେ ଅସହାୟଙ୍କୁ ମିଳୁନି ଆବାସ, ଝାଟିମାଟି ଘରେ ପରିବାରର ୩ଜଣ

ଗଡ଼ମଧୁପୁର: ଦେଶର ଗରିବ ଓ ଅସହାୟ ବାସହୀନମାନଙ୍କ ମୁଣ୍ଡରେ ଛାତ ଖଣ୍ଡିଏ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ମଧ୍ୟ ଏହି ଯୋଜନାର ସୁଫଳ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯୋଜନା ରାଜନୈତିକ ଛତ୍ରଛାୟରେ ରହି ହାତଗୁଞ୍ଜା ଦେଇପାରୁଥିବା ବଡବଡିଆଙ୍କ ପାଇଁ ହୋଇଥିବା ବେଳେ ଗରିବ ପାଇଁ ଘର ଖଣ୍ଡିଏ ସାତସପନ ହୋଇଛି। ସ୍ୱାମୀଙ୍କ ମୃତ୍ୟୁପରେ ବିଧବା ମାଆ ପିଲାମାନଙ୍କୁ ଧରି ଭଙ୍ଗା କୁଡିଆରେ ଜୀବନ କାଟୁଥିଲେ ହେଁ ସେଥିପ୍ରତି ସରପଞ୍ଚ ଦୃଷ୍ଟି ନଦେଇ ଗୋଟିଏ ଗୋଟିଏ ପରିବାରରେ ଦୁଇରୁ ଅଧିକ ଘର ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏପଟେ ଘର ଛାଉଣି ଅଭାବରେ ଲଘୁଚାପ ବର୍ଷାରେ ତଳ ଓଦାକୁ ଉପର ଓଦାରେ ଛୋଟପିଲା ୩ଜଣକୁ ଧରି ପଡିରହିଛି ଅସହାୟ ବିଧବା ମମତା ମଳିକ। ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତର ଅଣ୍ଟିଆ ଦଳିତ ସାହିରେ ସ୍ଥାୟୀ ବାସିନ୍ଦା ଭାବରେ ବାସକରି ଆସୁଥିବା ମମତା ମଳିକ ସ୍ୱା ୰ତୋଫାନ ମଲିକ,ଆଜକୁ ଅନେକ ଦିନ ହେଲା ସ୍ୱାମୀ ଆରପାରକୁ ଚାଲିଗଲା ପରେ ଦୁଇ ଛୋଟପିଲାକୁ ଧରି ଭଙ୍ଗାକୁଡିଆରେ ପଡିରହିଛନ୍ତି। ସ୍ୱାମୀଙ୍କର ମୃତ୍ୟୁକୁ ଅନେକ ଦିନ ବିତି ଯାଇଥଲେ ମଧ୍ୟ ୩୫ ବର୍ଷ ବୟସ୍କ ମମତାକୁ ମିଳିନାହିିଁ ବିଧବା ଭତା।

ଆଖି ଲୁହକୁ ଆଖିରେ ମାରି ଭାଗ୍ୟକୁ ଆଦରି ଘର ଛପର କରି ନପାରି ସେହି ଅଛାଉଣି ଘରେ ବଡ ଦୟନୀୟ ଅବସ୍ଥାରେ ଦିନ କାଟୁଥିଲେ ହେଁ ସ୍ଥାନୀୟ ସରପଞ୍ଚ କିମ୍ବା ପ୍ରଶାସନ କେବେ ତାର ଦୁଃଖ ବୁଝିନାହିଁ। ଅବସ୍ଥା ଦେଖିଲେ ଅଖିରେ ଲୁହ ଆସିଯାଉଥିଲେ ମଧ୍ୟ ସାହି ପଡୋଶୀଙ୍କ ଅଭିଯୋଗ ସତ୍ୱେ ଏହି ମହିଳାଙ୍କୁ ଘର ବଖରାଏ ମିଳିନାହିଁ। ପରିବାରର ଏକ ମାତ୍ର ରୋଜଗାରକ୍ଷମ ଲୋକ ଭାବରେ ତୋଫାନ ଅଜଣା ରୋଗରେ ପିଡିତ ହୋଇ ଚିକିତ୍ସା ହେବାକୁ ପଇସା ନପାଇ ଶେଷରେ ଅଳ୍ପ ବୟସରେ ଜୀବନ ହାରିଲା। ସରକାରୀ ସାହାଯ୍ୟରେ ଘରଖଣ୍ଡିଏ ପାଇ ସରକାରୀ ସହାୟତାରେ ତିନି ପିଲାଙ୍କ ଭରଣ ପୋଷଣ କରିବାର ସାହାସ ଜୁଟାଇ ଚଳିଯାଉଥିଲେ ମମତା। ବିଧବା ଭତା ପାଇବେ ବୋଲି ଭାବିଥିଲେ। ହେଲେ ଏ ପର୍ୟ୍ୟନ୍ତ ତାଙ୍କୁ ଭତା ମିଳିନାହିଁ କି ଆବସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଗତବର୍ଷ ତାଙ୍କର ଘର ଅସିଥିଲା ବୋଲି ୱାର୍ଡ ସଭ୍ୟ ପ୍ରମିଳା ମଳିକ ତାଙ୍କୁ ସୁଚନା ଦେଇଥିଲେ। ସୁଚନା ପାଇ ସେ ସରପଞ୍ଚକୁ ଭେଟିବାକୁ ଯାଇଥିଲେ। ସରପଞ୍ଚ ତୁମର ଘର ଆସିଛି କିନ୍ତୁ ତୁମ ଶଶୁର ଘର ପୂର୍ବରୁ ପାଇଥିବାରୁ ତୁମକୁ ମିଳିବ ନାହିଁ ବୋଲି କହି ବିଦା କରି ଦେଇଥିଲେ। ତେବେ ଏହି ପଂଚାୟତରେ ଅନେକ ପରିବାରରେ ଏକାଧିକ ଆବାସ ଘର ଯୋଗାଇ ଦେଇଥିବା ସରପଞ୍ଚ ଓ ପିଇଓ ମୋ ନା ଥାଇ କାହିିଁକି ଘର ପାଇଁ କାର୍ୟ୍ୟାଦେଶ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ସେହି ଦିନଠାରୁ ବଞ୍ଚିବାର ରାହା ଖୋଜୁଥିବା ମମତା ଏବେ ଅସହାୟ ହୋଇ ଭଙ୍ଗା ଘରେ ରହି ପିଲାମାନଙ୍କୁ କିପରି ମଣିଷ କରିବ, ଖାଇବ କଣ? ଚଳିବ କିପରି ଆଦି ଅନେକ ପ୍ରଶ୍ନରେ ଘଣ୍ଟି ଚକଟି ହୋଇ ଦିନ କାଟିଛି। ଯଦି ମମତାଙ୍କ କ୍ଷେତ୍ରରେ ଆବସ ଘର ନାହିଁ ତେବେ ଆବାସ ଯୋଜନା କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂତନ ଜିଲାପାଳ ଏହାର ଏକ ନିରପେକ୍ଷ ତଦନ୍ତ କରି ମମତାକୁ ସହାୟ ହେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories