www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସମୟରେ ମନେ ପଡ଼ିଲେ ଆୟୁଷ ଡ଼ାକ୍ତର

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଆୟୁଷ ଡ଼ାକ୍ତରଙ୍କୁ ଗୋଟିଏ ପଟରେ ଅବହେଳା କରୁଥିବା ସମୟରେ ଅନ୍ୟପଟରେ ଏଲୋପାଥିକ୍‌ ଡ଼ାକ୍ତରଙ୍କ ପ୍ରତି ଅହେତୁକ ଅନୁକମ୍ପା ସମ୍ମାନ ରାଶି ଦେବାକୁ ନେଇ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତର ଓ ହୋମିଓ ଡ଼ାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଆଜି (୦୭.୦୫.୨୦୨୦) ଆବେଦନ ଗ୍ରହଣ ଶେଷ ତାରିଖ ରହିଥିଲା। ଏଥିରେ ଆବେଦନ କରିବାର ବୟସ ସୀମା ୫୦ ବର୍ଷରୁ କମ ଓ ଚାକିରି ଅବଧି ମାତ୍ର ୩ ମାସ ଦର୍ଶାଯାଇଥିଲା। ଏହି ବିଜ୍ଞପ୍ତି ପରେ ବର୍ଷ ବର୍ଷ ଧରି ନିଯୁକ୍ତି ପାଇନଥିବା ଡ଼ାକ୍ତରଙ୍କୁ ଏକ ପ୍ରକାର ଉପହାସ ସଦୃଶ ବୋଲି କହିବା ସହିତ ଅନେକ ଆୟୁଷ ଡାକ୍ତର ସରକାରଙ୍କୁ ନିନ୍ଦା କରିଛନ୍ତି।

ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ୱ ବିଏଏମ୍‌ଏସ୍ ଓ ବିଏଚ୍‌ଏମ୍‌ଏସ୍ ଡ଼ାକ୍ତର ନିଯୁକ୍ତି ନପାଇ ବେକାର ରହିଛନ୍ତି। ସେମାନଙ୍କ ଭବିଷ୍ୟତ ଓ ସ୍ୱାର୍ଥକୁ ସରକାର ଆଖି ବୁଜି ଦେଇଛନ୍ତି। ତାଙ୍କୁ ଯେମିତି ଉଚିତ ନ୍ୟାୟ ଦେବାରେ ରାଜ୍ୟ ସରକାର ସମର୍ଥ ନଥିଲାବେଳେ କରୋନାର ମୁକାବିଲା ପାଇଁ ବିଏଏମ୍‌ଏସର ୧୩୦ ଏବଂ ବିଏଚ୍‌ଏମ୍‌ଏସର ୧୩୭ ଡ଼ାକ୍ତରଙ୍କୁ ନିଯୁକ୍ତି ଘୋଷଣା କରାଯାଇଛି ।

- Advertisement -

ବରିଷ୍ଠ ଆୟୁର୍ବେଦ ଓ ହୋମିଓପାଥି ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୧୫୦୦ରୁ ଉର୍ଦ୍ଧ୍ୱ ଆୟୁଷ ଡ଼ାକ୍ତର ଆର୍‌ଏସ୍‌ବିକେରେ କାମ କରୁଥିବା ବେଳେ ସେମାନଙ୍କୁ ଦିଆଯାଉଥିବା ଦରମା ଲଜ୍ଜାଜନକ। ନିଯୁକ୍ତି ପାଇଥିବା ଆୟୁଷ ଡ଼ାକ୍ତର ପ୍ରାୟ ୨୫ ହଜାର ଟଙ୍କା ପାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ଏବଂ ଜରୁରୀକାଳୀନ ପରିସ୍ଥିତି ଆୟୁଷ ଡ଼ାକ୍ତର ନିଯୁକ୍ତି ଚିନ୍ତା ସରକାରଙ୍କ ବିଧି ବ୍ୟବସ୍ଥାର ଦୁର୍ବଳ ନୀତିର ପ୍ରମାଣ। ଆୟୁଷ ଡ଼ାକ୍ତର ନିଯୁକ୍ତିରେ କୌଣସି ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ ହୋଇନାହିଁ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ମାଧ୍ୟମରେ ଆୟୁଷ ଡ଼ାକ୍ତର ମନୋନୟନ ଯୋଗୁ ନିଯୁକ୍ତି ପାଇଥିବା ଡ଼ାକ୍ତରଙ୍କୁ ନିୟମିତ କରାଯିବାରେ ମଧ୍ୟ ବାଧା ଉପୁଜିଛି।

କରୋନା ବିପତ୍ତି ସମୟରେ ଆମକୁ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇ ଡ଼ାକିବାର ଅର୍ଥ କୋଭିଡ୍‌ ଯୁଦ୍ଧରେ ଯୋଦ୍ଧା ଭାବରେ ନୁହେଁ ବରଂ କିଛି ଆର୍ଥିକ ପ୍ରଲୋଭନ ଦେଖାଇ ଆମ ପରିବାରକୁ ବିପଦ ମୁହଁକୁ ଠେଲିଦେବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି, ଯାହା କେତେଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଡ଼ାକ୍ତର ପଦ ଯଦି ଅଭାବ ରହିଛି ତେବେ ସରକାର ୧୦ ହଜାରରୁ ଉର୍ଦ୍ଧ୍ୱ ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍ ଡ଼ିଗ୍ରୀଧାରୀଙ୍କୁ ସମ୍ମାନ ଜଣାଇ ତୁରନ୍ତ ନିଯୁକ୍ତି ଦେଲେ ଭବିଷ୍ୟତରେ ଏଇ ଆୟୁଷ ଡ଼ାକ୍ତର ବରଦାନ ହେବେ ବୋଲି ସେମାନେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories