www.samajalive.in
Monday, December 8, 2025
27.1 C
Bhubaneswar

ହୋଟେଲରେ ପରଷୁଛି ଖାଦ୍ୟ, ରୋବୋଟ୍ କି ମଣିଷ କହିବା କଷ୍ଟ…

ନୂଆଦିଲ୍ଲୀ : ଖାଦ୍ୟ ସେବା ଉଦ୍ୟେଗରେ ରୋବୋଟ୍ କର୍ମଚାରୀଙ୍କୁ ଆପଣାଇବା ଧିରେ ଧିରେ ବଢିବାରେ ଲାଗିଛି । ବଡ ବଡ ହୋଟେଲ ମାନଙ୍କରେ ରୋବୋଟ୍ ଅତିଥିଙ୍କୁ ସ୍ବାଗତ କରୁଥିବା ଏବଂ ଖାଦ୍ୟ ପରଷୁଥିବା ନଜର ଆସେ । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ରୋବୋଟ୍ ଓ୍ବେଟର ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳୁଛି । ତେବେ ଧ୍ୟାନର ସହିତ ଦେଖିଲେ ଜଣାପଡୁଛି କି ଏହା ରୋବୋଟ୍ ନୁହେଁ, ବରଂ ଜଣେ ପ୍ରକୃତ ମହିଳା । ଏହି ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କୁ ଚକିତ କରୁଛି ।

 

View this post on Instagram

 

A post shared by Balakrishnan R (@balakrishnanrbk)

- Advertisement -

ଭିଡିଓରେ ମହିଳା ଜଣକ ରୋବୋଟ୍ ହେବାର ନାଟକ କରୁଛନ୍ତି ଏବଂ ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି । ଏପରିକି ସେ ରୋବୋଟ୍ ଭଳି କଥା ମଧ୍ୟ ହେଉଛନ୍ତି ।  ଭିଡିଓଟି ଚୀନର  ଏକ ହୋଟେଲର ।  ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ପସନ୍ଦ ଏବଂ ସେୟାର କରୁଛନ୍ତି । ତେବେ ସମସ୍ତେ ମହିଳାଙ୍କ ଏହି କଳାକୁ ପ୍ରଶଂସା କରୁଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories