www.samajalive.in
Monday, December 8, 2025
27.1 C
Bhubaneswar

ନୂଆ ଲୁକ୍‌ରେ ଅଭିନନ୍ଦନ; ବାୟୁସେନା ମୁଖ୍ୟଙ୍କ ସହ ମିଶି ଉଡ଼ାଇଲେ ମିଗ୍‌-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ସୋମବାର ବାୟୁସେନା ମୁଖ୍ୟ ବି.ଏସ. ଧନୱାଙ୍କ ସହିତ ମିଶି ଏକ ମିଗ୍‌-୨୧ ଯୁଦ୍ଧ ବିମାନକୁ ଉଡ଼ାଇଛନ୍ତି। ଦୁଇ ବୀର ପଠାନକୋଟ ବିମାନଘାଟିରୁ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ତେବେ ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। ସେ ତାଙ୍କ ଷ୍ଟାଇଲିଶ୍‌ ନିଶ କାଟିଦେଇ ସାଧାରଣ ଭାବେ ନିଶ ରଖିଥିବା ଦେଖାଯାଇଥିଲା।

ଅଭିନନ୍ଦନ ଗତ ଫେବୃୟାରୀ ୨୭ରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଧନୱା ମଧ୍ୟ ୧୯୯୯ କାରର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନର ସପ୍ଲାଇ ଡମ୍ପ ନଷ୍ଟ କରିଦେଇଥିଲେ, ଯାହା ଭାରତ ପାଇଁ ଯୁଦ୍ଧରେ ବିଜୟୀ ହେବା ଲାଗି ବଡ଼ ସୁଯୋଗ ଦେଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories