www.samajalive.in
Monday, December 8, 2025
17.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ ଖବର:

# ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

– ୟୁନିୟନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହେବ।

- Advertisement -

-ଇଣ୍ଡିଆନ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହେବ।

-କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ହେବ।

-ପଞ୍ଜାବ ନେସନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ ହେବ।

# ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ ଆଜିଠାରୁ

# ରାଜ୍ୟର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି ।

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପିଓକେରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ପୁଣି ଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି

# ବିଭିନ୍ନ ଭାଷାକୁ ନିକଟତର କରିବା ଓ ଲୋକମାନଙ୍କ ମଧ୍ୟରେ ଦୂରତା ହ୍ରାସ କରିବାକୁ ମନୋରମା ସମ୍ବାଦ ସମ୍ମିଳନୀକୁ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗଣମାଧ୍ୟମକୁ ଆହ୍ୱାନ ଜଣାଇଛନ୍ତି।

# ଆସନ୍ତାକାଲି ଆସାମରେ ପ୍ରକାଶ ପାଇବ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା, ଏଥିରେ ନାମ ଯାଞ୍ଚ୍‍ କରିବାପାଇଁ ଆସାମ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି।

# କାଶ୍ମୀର ଉପତ୍ୟକାରେ ନିରାପତ୍ତା ସ୍ଥିତି ସମୀକ୍ଷା କରିବାପାଇଁ ସେନା ବାହିନୀ ମୁଖ୍ୟ ଜେନେରାଲ୍‍ ବିପିନ୍‍ ରାୱତ୍‍ ଶ୍ରୀନଗର ଗସ୍ତ କରିଛନ୍ତି

ଆଞ୍ଚଳିକ:

# ରାଜ୍ୟର ନୂତନ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

# ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ପୁଲିସର ପ୍ରସ୍ତୁତି ବୈଠକ,ଏଣିକି ଥାନାଗୁଡ଼ିକର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବେ ଅଭିଯୋଗକାରୀ

# ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରର ଏକ ସପିଂ ମଲ୍‍ରେ ସୁରକ୍ଷାକର୍ମୀଙ୍କର ମକ୍‍ଡ୍ରିଲ

# ପୁରୀରେ ପୁରାତନ ଏମାରମଠରୁ ଉଚ୍ଛେଦ ପ୍ରକ୍ରିୟା ଜାରିରହିଛି, 

# ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା।

# ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା କ୍ରମରେ ଶୋଇଥିବା ଅବସ୍ଥାରେ ବାପାକୁ ହତ୍ୟା କରି ପୁଅ ଫେରାର ହୋଇଯାଇଛି ।

# ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ଜାତୀୟ:

# ଜୁଲାଇ ୬ ତାରିଖରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଥିବା ସଭ୍ୟ ସଂଗ୍ରହ ଅଭିଯାନ ଗତ ୨୦ ତାରିଖରେ ଶେଷ ହୋଇଛି। ଏହି ସମୟ ମଧ୍ୟରେ ପାଖାପାଖି ୭ କୋଟି ସଭ୍ୟ ସଂଗ୍ରହ ହୋଇଥିବା ପାର୍ଟିର କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ସୂଚନା ଦେଇଛନ୍ତି।  

# ଯୋଗର ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି।

# ଆୟୁଷ୍‍ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କର ସ୍ମାରକୀ ଡାକଟିକଟ୍‍ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି।

# ହରିୟାଣାରେ ୧୦ଟି ଆୟୁଷ୍‍ ସ୍ୱାସ୍ଥ୍ୟ ଓ ୱେଲ୍‍ନେସ୍‍ କେନ୍ଦ୍ରର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି।

# ମନୋରମା ସମ୍ବାଦ ସମ୍ମିଳନୀକୁ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଭାଷାକୁ ନିକଟତର କରିବା ଓ ଲୋକମାନଙ୍କ ମଧ୍ୟରେ ଦୂରତା ହ୍ରାସ କରିବାକୁ ଗଣମାଧ୍ୟମକୁ ଆହ୍ୱାନ ଜଣାଇଛନ୍ତି।

# ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକାରେ ନାମ ଯାଞ୍ଚ୍‍ କରିବାପାଇଁ ଆସାମ ସରକାର ସବୁ ବନ୍ଦୋବସ୍ତ କରିଛନ୍ତି। ଆସନ୍ତାକାଲି ପ୍ରକାଶ ପାଇବ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା

# ରାଜ୍ୟଗୁଡ଼ିକରେ ବନୀକରଣ ପାଇଁ କେନ୍ଦ୍ର ସରକାର ୪୭ ହଜାର କୋଟି ଟଙ୍କା ଦେଇଛନ୍ତି।

#ରିଓ ଡି ଜେନେଇରୋଠାରେ ଅନୁଷ୍ଠିତ ବିଶ୍ୱ କପ୍‍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତ ୧୦ ମିଟର ପିସ୍ତଲ ଚାଳନାରେ ସ୍ୱର୍ଣ୍ଣପଦକ ଜିତିଛି।

ଆନ୍ତର୍ଜାତୀୟ:

# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପିଓକେରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ପୁଣି ଥରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories