www.samajalive.in
Monday, December 8, 2025
17.1 C
Bhubaneswar

ବିଜେପିରେ ଯୋଗଦେଲେ ଟିଡିପିର ୬୦ ନେତା

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ବଡ଼ ଝଟକା ଲାଗିଛି। ଟିଡିପିର ପାଖାପାଖି ୬୦ ଜଣ ବରିଷ୍ଠ ନେତା ଏବଂ ତାଙ୍କ ସହସ୍ରାଧିକ ସମର୍ଥକ ରବିବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ସବୁ ନେତା ଏବଂ କାର୍ଯ୍ୟକର୍ତ୍ତା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ଜେପି ନଡ୍ଡା କହିଥିଲେ ଯେ ସଂଗଠନର ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବରରୁ ଆରମ୍ଭ ହେବ। ଡିସେମ୍ବର ୩୧ ସୁଦ୍ଧା ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବ। ଟିଡିପି ଛାଡ଼ି ଗତ ଜୁନରେ ବିଜେପିରେ ସାମିଲ ହୋଇଥିବା ଲଙ୍କା ଦିନକର ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ପାଇଁ ଏହା ଭଲ ସଂକେତ ବୋଲି ସେ କହିଥିଲେ। ଜାତୀୟସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ଜିଲାସ୍ତରର ବଡ଼ ନେତାମାନେ ବିଜେପିରେ ଯୋଗଦେଇଛନ୍ତି। ଜେପି ନଡ୍ଡା କହିଥିଲେ ଯେ ସେପ୍ଟେମ୍ବରରେ ବିଜେପି ସଂଗଠନର ନିର୍ବାଚନ ହେବ ଓ ଦେଶର ୮ ଲକ୍ଷ ବୁଥରେ ବିଜେପି କର୍ମକର୍ତ୍ତା ଭୋଟ ଦେବେ। ଏହାପରେ ଅକ୍ଟୋବରରେ ମଣ୍ଡଳସ୍ତରୀୟ ପ୍ରତିନିଧିଙ୍କ ନିର୍ବାଚନ ହେବ। ଜିଲାସ୍ତରୀୟ ନିର୍ବାଚନ ନଭେମ୍ବରରେ ହେବ। ସବୁ ରାଜ୍ୟ ସଂଗଠନର ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୧୫ ସୁଦ୍ଧା ଶେଷ ହେବ। ଡିସେମ୍ବର ୩୧ ପୂର୍ବରୁ ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories