ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୟନ କକ୍ଷରେ ଥିବା କେତେକ ଜିନିଷ ବୈବାହିକ ଜୀବନରେ ସୃଷ୍ଟି ହେଉଥିବାର ସମସ୍ୟାର ଏକ ପ୍ରଧାନ କାରଣ। ଶୟନ କକ୍ଷରେ ଥିବା ଆକ୍ୱାରିୟମ ଓ କିଛି ବିଶେଷ ଚିତ୍ର ଯୋଗୁଁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏ ବିଷୟରେ….
ଆକ୍ୱାରିୟମ –
ଆକ୍ୱାରିୟମକୁ ଶୟନ କକ୍ଷରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ସର୍ବଦା ଚିନ୍ତା ଲାଗି ରହିଥାଏ।
ଘିକୁଆଁରୀ –
ଗୃହରେ ଭୁଲ ସ୍ଥାନରେ ବୃକ୍ଷ ଲଗାଇଲେ ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ଶୟନ କକ୍ଷରେ କୌଣସି ପ୍ରକାରର ବୃକ୍ଷ ରଖନ୍ତୁ ନାହିଁ କିମ୍ବା ଲଗାନ୍ତୁ ନାହିଁ। ଏହା ବୈବାହିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ବିଶେଷ କରି ଶୟନ କକ୍ଷରେ ଘିକୁଆଁରୀ ବୃକ୍ଷ ଥିଲେ ପତିପତ୍ନୀଙ୍କ ମଧ୍ୟରେ ଦୂରତ୍ୱ ବଢିଥାଏ। ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଏ।
ପ୍ରଭୁ ହନୁମାନଙ୍କ ଫଟୋ –
ପ୍ରଭୁ ହନୁମାନଙ୍କ ଫଟୋକୁ ଶୟନ କକ୍ଷରେ ଲଗାଇବା ଆଦୌ ଉଚିତ ନୁହେଁ। ପୂଜାସ୍ଥାନରେ ପ୍ରଭୁଙ୍କୁ ଫଟୋ ଲଗାଇବାେ ଉଚିତ।
ଜାଣନ୍ତୁ କେଉଁ କାରଣରୁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥାଏ ସମସ୍ୟା
Popular Categories



