www.samajalive.in
Monday, December 8, 2025
17.1 C
Bhubaneswar

ଭୂଟାନରେ ମୋଦୀ; କହିଲେ ବୁଦ୍ଧଙ୍କ ଶିକ୍ଷାରେ ପ୍ରେରିତ ହୋଇ ‘ଏକ୍‌ଜାମ ୱାରିୟର୍ସ’ ପୁସ୍ତକ ଲେଖିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂଟାନ ଗସ୍ତ ରବିବାର ୨ୟ ଦିନରେ ପହଞ୍ଚିଛି। ରବିବାର ସେ ଥିମ୍ପୁସ୍ଥିତ ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୋଦୀ କହିଥିଲେ, ଭାରତ ସହିତ ଭୂଟାନର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଅବର୍ଣ୍ଣନୀୟ। ଭାରତରେ ଏବେ ଐତିହାସିକ ପରିବର୍ତ୍ତନ ଆସିଛି। ଦେଶରୁ ଗରିବୀ ସମ୍ପୂର୍ଣ୍ଣରୂପେ ହଟାଇବାକୁ ଭାରତ ବଡ଼ ପଦକ୍ଷେପ ନେଇଛି। ଯୁବଶକ୍ତି ଏବଂ ଆଧ୍ୟାତ୍ମିକତା ଆମର ପ୍ରକୃତ ଶକ୍ତି ବୋଲି ମୋଦୀ କହିଥିଲେ। ସେ ଆହୁରି କହିଥିଲେ ଯେ, ଭଗବାନ ଗୌତମ ବୁଦ୍ଧ ସମସ୍ତଙ୍କର ପ୍ରେରଣାର ଉତ୍ସ। ତାଙ୍କ ଜୀବନୀ ଅନନ୍ୟ। ବୁଦ୍ଧଙ୍କ ଶିକ୍ଷାରେ ପ୍ରେରିତ ହୋଇ ‘ଏକ୍‌ଜାମ ୱାରିୟର୍ସ’ ପୁସ୍ତକ ଲେଖିଛି। ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ପରାମର୍ଶ ଦେଇଥିଲେ। ସେହିପରି ଭାରତର ଐତିହାସିକ ଚନ୍ଦ୍ରଯାନ-୨ ଅଭିଯାନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଅବଗତ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories