www.samajalive.in
Monday, December 8, 2025
27.1 C
Bhubaneswar

ପରଦାକୁ ଆସିବ ଇଂରାଜୀ ଶୀର୍ଷକ ଓ ଓଡ଼ିଆ କାହାଣୀ ରଚିତ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’

ସମାଜ ଲାଇଭ୍ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ଖୁବଶୀଘ୍ର ଇଂରାଜୀ ଶୀର୍ଷକ ଓ ଓଡ଼ିଆ କାହାଣୀ ରଚିତ ଏକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ଫ୍ରମ୍ ମି ଟୁ ୟୁ’। ପୂର୍ବରୁ ଓଡ଼ିଆ ସିନେମାରେ ଏହିଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଶୀର୍ଷକଟି ଇଂରାଜୀ ଥିବା ଦେଖାଯାଇଛି। ମାତ୍ର କେଉଁଟି ତେଲୁଗୁରୁ ଡ଼ବିଂ ହୋଇଥାଏ ତ ଆଉ କେଉଁଟି ତାମିଲ ସିନେମାରୁ ନହେଲେ କେଉଁଟି ହିନ୍ଦୀ ସିନେମାରୁ ଡ଼ବିଂ ହୋଇଥାଏ। ହେଲେ ଏଗୁଡ଼ିକ ଓଡ଼ିଆ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିବା ଦେଖାଯାଇଛି। ସେହିଭଳି ୱେଭସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଆଉ ଆଉଏକ ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନାର ଭାର ହେମନ୍ତ କୁମାର ସାହୁ ବହନ କରୁଥିବା ବେ​‌ଳେ ଏଥିରେ ସହାୟକ ନିର୍ଦଶକ ଭାବେ ରହିଛନ୍ତି ଅଶ୍ଵିନୀ ଗଡ଼ନାୟକ। ଚଳଚ୍ଚିତ୍ରଟିର କାର୍ଯ୍ୟକାରୀ ପ୍ରଯୋଜକର ଗୁରୁଦାୟତ୍ଵ ତୁଲାଇଛନ୍ତି ରାଜେଶ କୁମାର ମହାନ୍ତି। ଓଲିଉଡର ଜଣାଶୁଣା ଗୀତିକାର ବସନ୍ତରାଜ ସାମଲ ଏହାର ଗୀତ ରଚନା କରିଥିବାବେଳେ ସଙ୍ଗିତ ନିର୍ଦେଶନା ଦେଇଛନ୍ତି ଓଲିଉଡର ଡାଇନାମାଇକ୍ ସଙ୍ଗିତ ନିର୍ଦେଶକ ପ୍ରେମ ଆନନ୍ଦ। ସେହିପରି ‘ଫ୍ରମ୍ ମି ଟୁ ୟୁ’ ଚଳଚ୍ଚିତ୍ରରେ ଜ୍ୟୋତି, ଶ୍ରଦ୍ଧା ଓ ଅମ୍ଲାନ ମଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଅନ୍ୟାନ୍ୟ ଭୂମିକାରେ ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ସ୍କିତା ମହାନ୍ତିଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିବ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories