ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ସୁଗ୍ରୀବଙ୍କ ଚିରସ୍ମରଣୀୟ ବନ୍ଧୁତ୍ୱର କାହାଣୀ
‘ବନ୍ଧୁ’ ୨ଟି ଅକ୍ଷର ହେଲେ ମଧ୍ୟ ଜୀବନରେ ଏହାର ମହତ୍ତ୍ୱ ଖୁବ ଅଧିକ। ଖାଲି ବର୍ତ୍ତମାନ ସମୟରେ ନୁହେଁ ,ଏହାର ମହତ୍ତ୍ୱ ବହୁ ପ୍ରାଚୀନ କାଳରୁ ରହିଛି। ଏହି ସଂପର୍କରେ କୌଣସି ସ୍ୱାର୍ଥ ନଥାଏ। ତେଣୁ ଜୀବନରେ ସାଙ୍ଗର ସ୍ଥାନ ସ୍ୱତନ୍ତ୍ର। ତେଣୁ ଏହି ସଂପର୍କ ଅମୂଲ୍ୟ। ଏପରି ବହୁ ‘ବନ୍ଧୁତ୍ୱ’ ଅଛି ଯାହାର ଚୂଡ଼ାନ୍ତ ଉଦାହରଣ ବିଷୟରେ ଜାଣିବା।
ରାମ ଓ ସୁଗ୍ରୀବ
ଖାଲି ଏବେ ନୁହେଁ ବହୁ ପୌରାଣିକ ସମୟରୁ ମଧ୍ୟ ବନ୍ଧୁତ୍ୱର ଗୁରୁତ୍ୱ ଦେଖିବାକୁ ମିଳେ। ପ୍ରଭୁ ଶ୍ରୀରାମ ଓ ସୁଗ୍ରୀବ ଉତ୍ତମ ବନ୍ଧୁ ଥିଲେ। ଯେଉଁ ସମୟରେ ମାତା ସୀତାଙ୍କୁ ରାବଣ ହରଣ କରିନେଇ ଯାଇଥିଲେ,ସୀତାଙ୍କୁ ଠାବ କରିବାବେଳେ ପ୍ରଭୁ ରାମଚନ୍ଦ୍ର ଋଷିମୁଖ ପର୍ବତକୁ ଯାଇଥିଲେ, ଯେଉଁଠାରେ ସୁଗ୍ରୀବ ନିଜର ରାଜ୍ୟକର୍ମଚାରୀଙ୍କ ସହ ରହୁଥିଲେ। ସୁଗ୍ରୀବ କିସ୍କିନ୍ଧାର ରାଜା ବଳୀଙ୍କର ଭାଇ ଥିଲେ। ମାତ୍ର କଳହ କାରଣରୁ ରାଜା ବଳୀ ସୁଗ୍ରୀବଙ୍କ ଠାରୁ ସମସ୍ତ ସମ୍ପତ୍ତି ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛଡ଼ାଇ ନେଇ ସୁଗ୍ରୀବଙ୍କୁ ତଡ଼ି ଦେଇଥିଲେ। ପ୍ରଭୁ ହନୁମାନ ଭଗବାନ ଶ୍ରୀରାମ ଓ ସୁଗ୍ରୀବଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ କରାଇଥିଲେ। ଏହାପରେ ପରସ୍ପରକୁ ସାହାଯ୍ୟ ନିମନ୍ତେ ସ୍ଥିରିକୃତ ହେଲା। ଏହା ପରେ ପ୍ରଭୁ ଶ୍ରୀରାମଙ୍କ ସହୟତା ଯୋଗୁ ସୁଗ୍ରୀବ ନିଜର ସମ୍ପତ୍ତି ଓ ରାଜ୍ୟ ଫେରି ପାଇଥିଲେ।
ମାତା ସୀତାଙ୍କୁ ଠାବ କରିବାରେ ସୁଗ୍ରୀବ ନିଜର ସୈନ୍ୟଙ୍କୁ ପଠାଇଥିଲେ। ହନୁମାନ ଠାବ କରି ମା’ସୀତା ରାବଣର ‘ଲଙ୍କା’ଥିବାର ଜଣାଇଥିଲେ। ଏହା ପରେ ସୁଗ୍ରୀବ ନିଜର ସୈନ୍ୟସାମନ୍ତ ସହ ‘ଲଙ୍କା’ ଯାଇଥିଲେ। ଏହା ପରେ ଭଗବାନ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଶେଷରେ ରାମ ଜିତିଥିଲେ।ଏପରି ପରସ୍ପରକୁ ସାହାଯ୍ୟ କରିଥିଲେ ଦୁଇ ବନ୍ଧୁ। ଯେଉଁ କାରଣରୁ ଆଜି ମଧ୍ୟ ତାଙ୍କ ‘ବନ୍ଧୁତ୍ୱ’ ଅମର ରହିଛି।
Comments are closed.