www.samajalive.in
Monday, December 8, 2025
17.1 C
Bhubaneswar

୪୦୦୦ ପଣ୍ଡିତଙ୍କୁ ନେଇ କେସିଆରଙ୍କ ଯଜ୍ଞ ଆୟୋଜନ , ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର) ଏକ ବିଶାଳ ଯଜ୍ଞ ଆୟୋଜନ କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୟାଦାଦ୍ରୀ ଭୁବନଗିରି ଜିଲାର ହିନ୍ଦୁ ପାହାଡ଼ି ମନ୍ଦିରରେ ଏହି ଯଜ୍ଞ କରାଯିବ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏନେଇ ମଙ୍ଗଳବାର ତ୍ରିଦାନ୍ଦୀ ଚିନ୍ନା ଜିୟାର ସ୍ୱାମୀଙ୍କ ଆଶ୍ରମରେ ପହଞ୍ଚି ଆଲୋଚନା କରିଥିଲେ। ଖୁବଶୀଘ୍ର ଯଜ୍ଞର ତାରିଖ ଏବଂ ସମୟ ଘୋଷଣା କରାଯିବ ବୋଲି କୁହାଯାଇଛି।
ମହାସୁଦର୍ଶନ ନାମକ ଏହି ଯଜ୍ଞ ହାଇଦରାବାଦଠାରୁ ୬୫ କିଲୋମିଟର ଦୂର ଭଗବାନ ନରସିଂହଙ୍କୁ ସମର୍ପିତ ଶ୍ରୀଲକ୍ଷ୍ମୀ ନରସିହ୍ମା ମନ୍ଦିର ନିକଟରେ କରାଯିବ। ଏହି ମନ୍ଦିରରୁ ୟାଦାଦ୍ରୀ ବୋଲି ମଧ୍ୟ କୁହାଯାଏ। ଏଥିପାଇଁ ୧୦୦ ଏକରର ଯଜ୍ଞ ବାଟିକାରେ ଇଟାରେ ଛୋଟ ଛୋଟ ମଞ୍ଚ ଓ ୧୦୪୮ ଯଜ୍ଞ କୁଣ୍ଡ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି ଯେ ୧୦୦୦ରୁ ଊର୍ଦ୍ଧ୍ବ ପଣ୍ଡିତ ଯଜ୍ଞ କରିବେ ଓ ଅନ୍ୟ ୩୦୦୦ ସହାୟକ ଏକ ଦିବସୀୟ ଯଜ୍ଞ କାର୍ଯ୍ୟକ୍ରମ ସଂଚାଳନ କରିବେ। ଏଥିପାଇଁ ବଦ୍ରିନାଥ, ଶ୍ରୀରଂଗମ, ଜଗନ୍ନାଥ, ତିରୁପତି ଏବଂ ଅନ୍ୟ ଦେଶର ଅନ୍ୟ ବୈଷ୍ଣବ ପୀଠ ଏବଂ ମଠର ଅଧିପତିଙ୍କୁ ଆମନ୍ତ୍ରିତ କରାଯାଇଛି। ସୁଦର୍ଶନ ଯଜ୍ଞ ସହ ସମ୍ପର୍କିତ ହିନ୍ଦୁ ସମ୍ପ୍ରଦାୟର ଅଧ୍ୟାତ୍ମିକ ପ୍ରମୁଖଙ୍କ ସମେତ ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସରକାରଙ୍କ ବରିଷ୍ଠ ନେତା, ସମସ୍ତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ମନ୍ତ୍ରୀଙ୍କୁ ନିମନ୍ତ୍ରିତ କରାଯିବ। ଏଥିରେ ସାଧାରଣ ଲୋକଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories