www.samajalive.in
Tuesday, December 9, 2025
17.1 C
Bhubaneswar

ଲସଲସା ଚାଲିଲା, ରୁଆବିହୁଡା ନୋହିଲା

ଟିଟିଲାଗଡ଼ -ଟିଟିଲାଗଡ଼ରେ ଚଳିତ ବର୍ଷ ଖରିଫରେ ଜୁଲାଇ ମାସ ସରିବା ବେଳକୁ ବର୍ଷାର ନାମଗନ୍ଧ ନାହିଁ। ଜୁଲାଇ ଶେଷ ବେଳକୁ କେବେ କେମିତି ଅସରାଏ ବର୍ଷା ଜମିକୁ ଓଦା କରୁଥିବା ବେଳେ ଏହା ଚାଷ କାର୍ଯ୍ୟ ପାଇଁ ସହାୟକ ହୋଇପାରିନାହିଁ। ଏନେଇ ନାଳବାହାଲରେ ପାଣି ଚାଲିନି। ଚଳିତ ବର୍ଷ ନାଳଜୋର ତଥା ବାହାଲରେ ଝୁରି ମାରିବାକୁ ଆତୁର ଲୋକଙ୍କ ଦେଖାଦର୍ଶନ ମିଳିନି। ଜମିରେ ପାଣି ନଥିବାରୁ ଋଆବିହୁଡା କାର୍ଯ୍ୟ ବକେୟା ରହିଛି। କେବଲ କିଛି ସ୍ଥାନରେ ଟାଣ ଖରାରେ ଫାଟି ଆଁ କରିଥିବା ଜମି ବର୍ଷା ଯୋଗୁଁ ସମତୁଲ ହୋଇ ଧାନ ଚାରା ବଂଚିଛି। ହେଲେ ଅନେକ ସ୍ଥାନରେ ଗଜା ମରୁଡି ହୋଇଥିବା ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ଚାଷୀ ଭାବରେ ପୁରସ୍କୃତ ବରିଷ୍ଠ ଚାଷୀ ପିତାମ୍ବର ବେହେରା ତଥା ଅନ୍ୟ ଚାଷୀ ମାନେ କହିଛନ୍ତି। ମାଥନପଲା ଜଳସେଚନ ବିଭାଗ ଡ୍ୟାମ ତଲ ଚାଷୀ ବର୍ଷାକୁ ଚାହିଁ ରହିଛନ୍ତି। ଅଦ୍ୟାବଧି ଋଅବିହୁଡା ସରିବା କଥା ବୋଲି ବରିଷ୍ଠ ଚାଷୀ ଉପେନ୍ଦ୍ର ବାଗ କହିଛନ୍ତି। ଧାନ୍ ମରିଗଲାନ, ଇ ଅଛ୍ରେ ଅଛ୍ରେ ବରଷା କିଛି କାମ ନେଇ ଦିଏ। ରୋହିଣୀ, ମୁର୍ଗଶିରା, ପୁର୍ବାବସୁ, ପୁଷ୍ୟା, ପରେ ଏବେ ଲସ୍ଲସା ନକ୍ଷତ୍ର ଲାଗିଲା, ହେଲେ ବର୍ଷା ଉଭେଇଗଲା ବୋଲି ଚାଷୀ ଉପେନ୍ଦ୍ର ହତାଶା ବ୍ୟକ୍ତ କରିଛନ୍ତି। ଯାହା ବି ବୁଣାବୁଣି ହୋଇ ଗଜା ହୋଇଥିଲା, ବର୍ଷାଭାବ ତଥା ଟାଣ ଖରା ନେଇ ଗଜା ଦବି ଗଲା। ପହ୍ଲା ଧାନ ଚାରା ଅଧିକାଂଶ ମରି ଗଲାଣି। ଏବେ ବର୍ଷା ଯୋଗୁଁ ଯାହା ଚାରା ବଂଚିଛି ତାହାକୁ ରୋଇବାକୁ ଜମିକୁ କାଦୁଅ କରିବାକୁ ପାଣି ନାହିଁ। ନାଲବାହାଲ ଚାଲି ଜମି ବତର ହେଲେ ଋଆ ବେଉଷଣ ବା ବିହୁଡା କାର୍ଯ୍ୟ ହେବ। ରଥ ଯାତ୍ରାରୁ ବାହୁଡା ମଧ୍ୟରେ ଏହା ସରିବା କଥା। ହେଲେ ପ୍ରତିକୂଲ ପାଗ ତଥା ଜଳସେଚନ ସୁବିଧା ନମିଳିବା ଚାଷୀଙ୍କୁ ତଲିତଲାନ୍ତ କରିଛି ବୋଲି ଚାଷୀ ମୁହଁ ଶୁଖାଇଛି। ଏନେଇ ଆଜି ଟିଟିଲାଗଡ ଗସ୍ତରେ ଆସିଥିବା ବଲାଙ୍ଗିର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ପ୍ରତ୍ୟେକ ଦୁଇ ବର୍ଷରେ ଥରେ ବଲାଙ୍ଗିର ଜିଲା ମରୁଡି ସହ ଜୁଝୁଥିବା କହିଛନ୍ତି। ଟିଟିଲାଗଡ ଅଂଚଳରେ ପ୍ରାୟ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମରେ ତାତି ସହ ବର୍ଷା ଋତୁରେ ଅନାବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ବିକଟାଲ ହୋଇଥିବା ଶ୍ରୀ ମେହେର ଚିନ୍ତା ପ୍ରକଟ କରିଛନ୍ତି। ଅପରପକ୍ଷରେ ଚାଷୀଙ୍କ ଜମିକୁ ଜଳସେଚନ ଯୋଜନା ବଦଲରେ ନିର୍ବାଚନ ବେଳକୁ କାଲିଆ ଯୋଜନା, କୃଷକ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ନଗଦ ଅର୍ଥ ଦେବା ସରକାରଙ୍କ ବାସ୍ତବିକତାକୁ ଅଣଦେଖା ବୋଲି ଚାଷୀ ନେତା ଅଭିଯୋଗ କରିଛନ୍ତି। ଏନେଇ ସମ୍ପ୍ରତି ଚାଷୀ ହତାଶ ହୋଇପଡିଥିବା ବେଳେ ସରକାର ଚାଷୀ ସମସ୍ୟା ନେଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories