www.samajalive.in
Tuesday, December 9, 2025
16.1 C
Bhubaneswar

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

– ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ ଗୁଡିକ ଜିଏସଟିରୁ ମୁକ୍ତ ହେବେ
– ପରିବର୍ତିତ ଜିଏସଟି ମୂଲ୍ୟ ଅଗଷ୍ଟ ୧, ୨୦୧୯ରୁ ଲାଗୁ ହେବ

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ୱ ସଚିବ ଶ୍ରୀ ଅଜୟ ଭୂଷଣ ପାଣ୍ଡେ ଏବଂ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ନିମ୍ନଲିଖିତ ସୁପାରିଶ କରାଯାଇଛି :
କ) ସାମଗ୍ରୀ ଓ ସେବାର ଯୋଗାଣ ଉପରେ ଜିଏସଟି ହାର ଲାଗୁ ଜନିତ ପରିବର୍ତନ
୧) ସମସ୍ତ ବୈଦ୍ୟୁତିକ ଯାନ ଉପରେ ଲାଗୁ ଜିଏସଟି ହାରରେ ୧୨ରୁ ୫ ପ୍ରତିଶତ ହ୍ରାସ।
୨) ବୈଦ୍ୟୁତିକ ଯାନର ଚାର୍ଜର ଓ ଚାର୍ଜିଂ ଷ୍ଟେସନ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ।
୩) ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ (୧୨ରୁ ଅଧିକ ଯାତ୍ରୀ ବହନ କରୁଥିବା
କ୍ଷମତା ବିଶିଷ୍ଟ)ଗୁଡ଼ିକୁ ଜିଏସଟିରୁ ମୁକ୍ତ କରାଯିବ।
୪) ଏହି ପରିବର୍ତନ ଅଗଷ୍ଟ ୧, ୨୦୧୯ରୁ ଲାଗୁ କରାଯିବ।
ଖ. ଜିଏସଟି ଆଇନରେ ପରିବର୍ତନ
୧) ୭.୦୩. ୨୦୧୯ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ନଂ.୨/୨୦୧୯-କେନ୍ଦ୍ରୀୟ ରାଜସ୍ୱ (ହାର) ଅନୁଯାୟୀ କର ଦେୟ
ସୁବିଧା ଉପଲବ୍ଧ କରିବା ପାଇଁ ଫର୍ମ ଜିଏସଟି ସିଏମପି-୦୨ ପୁରଣ କରି ଆବେଦନ କରିବାର ତାରିଖକୁ ୩୧.୦୭.୨୦୧୯ରୁ ୩୦.୦୯.୨୦୧୯କୁ ବୃଦ୍ଧି କରାଯାଇଛି।
୨) ୨୦୧୯ ଏପ୍ରିଲରୁ ୨୦୧୯ ଜୁନ ପର୍ୟ୍ୟନ୍ତ ଏହି ୪ ମାସ ପାଇଁ କର ଦେୟ ସମ୍ବନ୍ଧୀୟ ସମସ୍ତ ସୂଚନା ଫର୍ମ ଜିଏସଟି
ସିଏମପି-୦୮ରେ ପ୍ରଦାନ ନିମନ୍ତେ ସମୟ ସୀମା ୩୧.୭.୨୦୧୯ରୁ ୩୧.୮. ୨୦୧୯କୁ ବୃଦ୍ଧି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories