www.samajalive.in
Monday, December 8, 2025
20.1 C
Bhubaneswar

ସ୍ବପ୍ନ ସହ ଜଡ଼ିତ କିଛି ବିଶେଷ କଥା ; ଜାଣିଲେ ହେବେ ଲାଭବାନ୍

ସାଧାରଣତଃ ଆମେ ସମସ୍ତେ ଶୋଇବା ପରେ ଅଧିକାଂଶ ସମୟରେ କିଛି ସ୍ବପ୍ନ ଦେଖିଥାଆନ୍ତି। କାହାକୁ ଭଲ ସ୍ବପ୍ନ ଆସିଥାଏ ତ ଆଉ କାହାକୁ ଖରାପ। ହେଲେ ସ୍ବପ୍ନ ସହ ଜଡ଼ିତ ଏପରି କିଛି କଥା ଅଛି ଯାହା ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ। ଆସନ୍ତୁ ଆଜି ଆମେ ଜାଣିବା ସ୍ବପ୍ନ ସହ ଜଡ଼ିତ କିଛି ବିଶେଷ କଥା ବିଷୟରେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ଯଦି କୌଣସି ବ୍ୟକ୍ତି ଖରାପ ସ୍ବପ୍ନ ଦେଖୁଛନ୍ତି ଏବଂ ତାଙ୍କର ନିଦ ଭାଙ୍ଗିଯାଉଛି ତେବେ ବ୍ୟକ୍ତିଙ୍କୁ ପୁଣିଥରେ ଶୋଇପଡ଼ିବା ଉଚିତ୍। ଏହାସହିତ ପୁଣି ଥରେ ନିଦରୁ ଉଠବା ପରେ ଏହି ସ୍ବପ୍ନ ବିଷୟରେ କାହାକୁ କହିଦେବା ଉଚିତ୍। ଅଧିକରୁ ଅଧିକ ବ୍ୟକ୍ତିଙ୍କ ସହ ଏହାର ଚର୍ଚ୍ଚା କରିବା ଉଚିତ୍। ଏପରି କରିବା ଦ୍ବାରା ସ୍ବପ୍ନର ପ୍ରଭାବ କମିଯାଇଥାଏ।

- Advertisement -

ଯଦି ଭୋର ସମୟରେ ଶୁଭ ସ୍ବପ୍ନ ଦେଖନ୍ତି ତେବେ ଉଠି ପଡ଼ନ୍ତୁ। ଏହା ପରେ ଆଉ ଶୁଅନ୍ତୁ ନାହିଁ। ଏହି ଶୁଭ ସ୍ବପ୍ନ ବିଷୟରେ କାହା ସହିତ ଚର୍ଚ୍ଚା କରିବା ବା କହିବା ଉଚିତ ନୁହେଁ। ଏହାକୁ ଗୋପନୀୟ ରଖିବା ଉଚିତ। ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ।

ସ୍ବପ୍ନରେ ହସିବା, ନାଚିବା, ଗାଇବା ଆଦି ସ୍ବପ୍ନ ଅଶୁଭ ହୋଇଥାଏ।

ସ୍ବପ୍ନରେ ଧଳା ଫୁଲ ଦେଖିବା ଶୁଭ ହୋଇଥାଏ।

ସେହିଭଳି ସ୍ବପ୍ନରେ ନିଜକୁ ମୃତ ଦେଖିବା ଓ ନିଜ ଶରୀରରେ ଘା ଏବଂ ରକ୍ତ ବାହାରୁଥିବା ଦେଖିବା ସ୍ବପ୍ନ ଶୁଭ ହୋଇଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories