www.samajalive.in
Monday, December 8, 2025
20.1 C
Bhubaneswar

ଦିନ ୧୨ଟା: ମୁଖ୍ୟ ସମ୍ବାଦ

ଆଞ୍ଚଳିକ
– ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି
– ଡାକ ଟିକେଟ୍‌‌ରେ ରୁଚି ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଡାକ ଟିକେଟ୍‌ ବିଭାଗ ପକ୍ଷରୁ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ‘ଦୀନଦୟାଲ ସ୍ପର୍ଶ ଯୋଜନା ୨୦୧୯-୨୦’ ବାର୍ଷିକ ବୃତ୍ତି ଯୋଜନା ଆରମ୍ଭ
– ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଅକ୍ଷର’ ଫାଉଣ୍ଡେସନ୍‌ ସହାୟତାରେ ଚାଲିଥିବା ‘ଗଣିତ କଳିକା’ କାର୍ଯ୍ୟକ୍ରମ ୨୮ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ
– କୃମି ନାଶ ପାଇଁ ଅଗଷ୍ଟ ୮ତାରିଖରେ ରାଜ୍ୟର ୧କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ
– ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି, ଅଗଷ୍ଟ ୧୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ
– ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ, ୧୫ରୁ ୨୬ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ
– ମାଲକାନଗିରି ଚମ୍ପାଖାରି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ
– ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲିଠାରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ
– ଓମଫେଡ କ୍ଷୀର ନ ନେବା କାରଣରୁ ବାସୁଦେବପୁରରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ
– ଆଜି ଅପରାହ୍ନରୁ ଭଗବାନ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେବେ

ଜାତୀୟ
– ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ପକ୍ଷରୁ ଆଜି ୨୦୧୯ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ଫଳ ପ୍ରକାଶିତ
– ଚେନ୍ନାଇରେ ଏଜଳ ସଙ୍କଟ, ଭେଲୋର ଜୋଲାରପେଟରୁ ଟ୍ରେନ୍‌ରେ ହେଉଛି ଜଳ ଯୋଗାଣ
– ସମୁଦ୍ର ଗର୍ଭରେ ୫ ଦିନ ରହିବା ପରେ ଜୀବିତ ଫେରିଆସିଲେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ମତ୍ସ୍ୟଜୀବୀ ରବିନ୍ଦ୍ରନାଥ ଦାସ
– କରତାରପୁର କରିଡର ନେଇ ଭାରତ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ
– ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ଲକ୍ଷାଧିକ ଲୋକ ଜଳବନ୍ଦୀ
– ଅପହୃତ ହେବାର ୫ ଦିନ ପରେ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ନଲ୍ଲରୀ ଶ୍ରୀନିବାସନଙ୍କୁ ମାଓବାଦୀମାନଙ୍କ ହତ୍ୟା
– ଅବିଶ୍ରାନ୍ତ ବର୍ଷ ଯୋଗୁ ଉତ୍ତର ପ୍ରଦେଶରେ ୧୫ ଓ ଆସାମରେ ୬ ଜଣଙ୍କ ମୃତ୍ୟୁ

- Advertisement -

ଆନ୍ତର୍ଜାତିକ
– ପାକିସ୍ତାନ କହିଛି ଯେ, ଭାରତୀୟ ବାୟୁସେନା ସୀମାରେ ମୁୟତନ କରିଥିବା ଲଢୁଆ ବିମାନକୁ ନ ହଟାଇବା ପର୍ଯ୍ୟନ୍ତ, ସେ ଭାରତର ବାଣିଜ୍ୟକ ଉଡ଼ାଣ ପାଇଁ ନିଜର ଆକାଶ ମାର୍ଗକୁ ଖୋଲିବ ନାହିଁ
– ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ସ୍ଵାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁଁ ବହୁ ସଂଖ୍ୟାରେ ଲୋକେ ଗରିବ ରେଖାରୁ ବାହାରିଛନ୍ତି
– ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୨ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ
– ଦୁର୍ବଳ ଆର୍ଥିକ ସ୍ଥିତିରୁ ରକ୍ଷା ପାଇବାକୁ ପାକିସ୍ତାନ କୈାଣସି ଦୃଢ ପଦକ୍ଷେପ ଗ୍ରହଣ ନ କଲେ ଅର୍ଥବ୍ୟବସ୍ଥା ଦେବାଳିଆ ହେବ ବୋଲି ଆଇଏମଏଫର ଚେତାବନୀ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories