www.samajalive.in
Thursday, December 11, 2025
26.1 C
Bhubaneswar

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଛାତ୍ରଙ୍କୁ ମାଡ଼; ୧ ଗିରଫ

ଉନାଓ : ‘ଜୟ ଶ୍ରୀ ରାମ’ ସ୍ଲୋଗାନ୍‌କୁ ନେଇ ପୁନର୍ବାର ବିବାଦ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ଉନାଓସ୍ଥିତ ଏକ ମଦ୍ରାସାର ଛାତ୍ରମାନେ ‘ଜୟ ଶ୍ରୀରାମ’ କହିବାକୁ ମନା କରିବାରୁ ସେମାନଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଜାମା ମସଜିଦ୍‌ରେ ଗୁରୁବାର ଏହି ଘଟିଛି ଏହି ଘଟଣା।

ମସ୍‌ଜିଦ ଇମାମଙ୍କ ଅଭିଯୋଗ ଅନୁଯାୟୀ ଛାତ୍ରମାନେ ମଦ୍ରାସା ନିକଟରେ ଖେଳୁଥିବାବେଳେ ବଜରଙ୍ଗ ଦଳର ୪ କର୍ମୀ ଏହି ଆକ୍ରମଣ କରିଛନ୍ତି। ସେମାନେ ପ୍ରଥମେ ପିଲାଙ୍କ ସହ କ୍ରିକେଟକୁ ନେଇ ଯୁକ୍ତିତର୍କ କରିଥିଲେ। ପରେ ସେମାନଙ୍କୁ ‘ଜୟ ଶ୍ରୀରାମ’ ଧ୍ବନି ଦେବାକୁ ବାଧ୍ୟ କରିଥିଲେ। ଏଥିରେ ରାଜି ନ ହେବାରୁ ଆକ୍ରମଣକାରୀ ତିନି ଜଣଙ୍କୁ ମାଡ଼ମାରିବା ସହ ପୋଷାକପତ୍ର ଚିରିଦେଇଥିଲେ ଓ ସାଇକଲ ଭାଙ୍ଗି ଦେଇଥିଲେ। ମାଡ଼ଖାଇଥିବା ସମସ୍ତ ଛାତ୍ର ନାବାଳକ ବୋଲି ସେ ଦର୍ଶାଇଛନ୍ତି। ଏହି ଘଟଣା ପରେ ପୁଲିସ ମଦ୍ରାସାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତିନି ଜଣ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। ବଜରଙ୍ଗ ଦଳର ଫେସ୍‌ବୁକ୍‌ ଏକାଉଣ୍ଟରୁ ସେମାନେ ଏହାର ସଦସ୍ୟ ବୋଲି ପ୍ରମାଣ ମିଳିଛି। ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି। ଜୁଲାଇ ୪ରେ ଏଭଳି ଏକ ଘଟଣାରେ ଜଣେ ଅଟୋଚାଳକ ମହମ୍ମଦ ଆତିବଙ୍କୁ କିଛି ଲୋକ ମାଡ଼ମାରିଥିଲେ। କାନପୁରରେ ମଧ୍ୟ ତାଜ ମହମ୍ମଦ ନାମକ ଯୁବକଙ୍କ ଉପରେ ସମାନ କାରଣରୁ ଆକ୍ରମଣ ହୋଇଥିଲା। ଏଭଳି ଏକାଧିକ ଘଟଣା ଉତ୍ତରପ୍ରଦେଶରେ ଘଟୁଥିଲାବେଳେ ରାଜ୍ୟ ବାହାରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories