www.samajalive.in
Tuesday, December 9, 2025
16.1 C
Bhubaneswar

ବିଦେଶୀ ମହିଳାଙ୍କୁ ଗୁଇନ୍ଦା ସୂଚନା ଦେଉଥିବା ସେନାର ଜବାନ ଗିରଫ

ନୂଆଦିଲ୍ଲୀ .- ବିଦେଶୀ ମହିଳାଙ୍କୁ ସେନାର ବିଭିନ୍ନ ତଥ୍ୟ ପ୍ରଦାନ କରୁଥିବା ଜଣେ ଜବାନଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଜବାନ ରବୀନ୍ଦ୍ରଙ୍କ ଘର ହରିୟାନାର ମହେନ୍ଦ୍ରଗଡ ବସଇ ଗ୍ରାମରେ । ରବୀନ୍ଦ୍ର ସେନାର କୁମାଓଁ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ । ଗୁରୁବାରରେ ପୁଲିସ ତାଙ୍କୁ ନେରନୌଲରେଳ ଷ୍ଟେସନରୁ ଗିରଫ କରିଛି । ଅଦାଲତରେ ହାଜର କରିବା ପରେ ପୁଲିସ ତାଙ୍କୁ ରିମାଣ୍ଡରେ ନେଇଛି ।

ରବୀନ୍ଦ୍ର ଏବେ ଅବିବାହିତ ଅଛନ୍ତି । ତାଙ୍କର ବଡ ଭାଇ ବି ସେନାରେ ଅଛନ୍ତି । ପୁଲିସ ତାଙ୍କ ପାଖରୁ ୭ଟି ଜୀବନ୍ତ ଗୁଳି ୨ଟି ମୋବାଇଲ ଓ ତିନୋଟି ସିମ୍‌ କାର୍ଡ ଜବତ କରିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ସହ ତାଙ୍କର ସମ୍ପର୍କ ଥିବା କଥା ପୁଲିସ ସନ୍ଦେହ କରୁଛି । ପୁଲିସ ଏବେ ସୁଦ୍ଧା ମହିଳାଙ୍କ ନାମକୁ ପ୍ରକାଶ କରିନାହିଁ ।

- Advertisement -

ରବୀନ୍ଦ୍ର ୨୦୧୮ରେ ଅମୃତସରରେ ସେନାରେ କାର୍ଯ୍ୟ କରୁଥିଲେ । ଫେସ୍‌ବୁକ୍‌ରେ ମହିଳାଙ୍କ ସହ ବନ୍ଧୁତା କରିବା ପରେ ସେ ସୂଚନା ପ୍ରଦାନ କରୁଥିବା ପୁଲିସ ସୂଚନା ଦେଇଛି । ପ୍ରଥମେ ଚାଟ୍‌ରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ଭିଡିଓ କଲିଂ ରି ଦୁଇ ଜଣ କଥା ବାର୍ତ୍ତା ହୋଇଥିଲେ । ହ୍ୱାଟସ୍‌ପରେ ବନ୍ଧୁତା କରିବା ପରେ ରବୀନ୍ଦ୍ର ସେନା ଗୁପ୍ତ ସୂଚନା ସମ୍ପୃକ୍ତ ମହିଳାଙ୍କୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ସେ ରେଳ ଷ୍ଟେସନ୍‌ରେ ଦେଶର ଗୁପ୍ତ ସୂଚନା ବିଦେଶକୁ ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା। ପୁଲିସକୁ ଏ ବିଷୟରେ ସେନା ପକ୍ଷରୁ ସୂଚନା ଦିଆଯିବା ପରେ ତାକୁ ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories