www.samajalive.in
Monday, December 8, 2025
27.1 C
Bhubaneswar

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲା: ସ୍ଥିତାବସ୍ଥା ଜାରି, ୧୬ ପର୍ଯ୍ୟନ୍ତ ମେଣ୍ଟ ସରକାରକୁ ଅଶ୍ଵସ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ମାମଲା ଉପରେ ସ୍ଥିତାବସ୍ଥା ଜାରି କରି କରିଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଅଶ୍ଵସ୍ତି ମିଳିଛି। ଏହା ସହିତ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବିଧାୟକମାନଙ୍କ ଇସ୍ତଫାପତ୍ର ଉପରେ ନିଷ୍ପତ୍ତି ନ ନେବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି।

କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ୧୦ ବିଧାୟକ କର୍ଣ୍ଣାଟକ ବାଚସ୍ପତି କେ.ଆର. ରମେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ବିଧାୟକମାନଙ୍କୁ ନିର୍ଦେଶ ଦେଇ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ବାଚସ୍ପତିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ କହିଥିଲେ। ପରେ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଧାୟକଙ୍କୁ ଭେଟିବା ପାଇଁ ଅଧିକ ସମୟ ଦେବା ଲାଗି ନିବେଦନ କରିଥିଲେ। ଏହା ପରେ ଶୁକ୍ରବାର ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

- Advertisement -

ଶୁକ୍ରବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ସମାଲୋଚନା କରିବା ସହିତ ସେ ସୁପ୍ରିମକୋର୍ଟଙ୍କ ଅଧିକାରକୁ ଚ୍ୟାଲେଞ୍ଜ କରୁଛନ୍ତି କି ବୋଲଇ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ବାଚସ୍ପତି ଇସ୍ତଫାପତ୍ର ଉପରେ ବିଚାର କରିବା ବଦଳରେ ଖବରଦାତା ସମ୍ମିଳନୀ କରୁଛନ୍ତି।

ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘୱୀ କହିଥିଲେ ​‌ଯେ, ଅସନ୍ତୁଷ୍ଟ ବିଧାୟକମାନେ ଅଯୋଗ୍ୟତାରୁ ବର୍ତ୍ତିବା ଲାଗି ଇସ୍ତଫା ଦେଇଛନ୍ତି। ସେ କହିଥିଲେ, ସାମ୍ବିଧାନିକ ନିୟମ ଅନୁସାରେ ବାଚସ୍ପତି ବିଧାୟକଙ୍କ ଇସ୍ତଫାପତ୍ର ଉପରେ ବିଚାର କରିବା ପୂର୍ବରୁ ଅଯୋଗ୍ୟତା ପିଟିଶନ ଉପରେ ନିଷ୍ପତ୍ତି ନେବାକୁ ବାଧ୍ୟ। କିନ୍ତୁ ବିଧାୟକମାନେ ଅଯୋଗ୍ୟତା ଘୋଷଣାକୁ ଏଡ଼ାଇବା ଲାଗି ଇସ୍ତଫା ଦେଇଥିଲେ। ୧୦ ବିଧାୟକଙ୍କ ମଧ୍ୟରୁ ୨ ବିଧାୟକ ଅଯୋଗ୍ୟତା ଘୋଷଣା ପ୍ରକ୍ରିୟା ଆରମ୍ଭ ହେବା ପରେ ଇସ୍ତଫା ଦେଇଛନ୍ତି। ଅନ୍ୟ ୮ଜଣ ଏହା ପୂର୍ବରୁ ଇସ୍ତଫାପତ୍ର ପଠାଇଛନ୍ତି। ସେମାନେ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କ ନିକଟରେ ହାଜର​‌ ହୋଇ ଇସ୍ତଫା ଦେଇନାହାନ୍ତି। ଗତ ଗୁରୁବାର ବିଧାୟକମାନେ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେମାନେ କେବେ ବାଚସ୍ପତିଙ୍କୁ ଭେଟି ନାହାନ୍ତି କି ଇସ୍ତଫା ଦେବା ଲାଗି ଭେଟିବାକୁ ସମୟ ମାଗି ନାହାନ୍ତି।

ସବୁ ପକ୍ଷଙ୍କ ଉତ୍ତର ଶୁଣିବା ପରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି କରିଛନ୍ତି। ସେହିଦିନ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories