www.samajalive.in
Monday, December 8, 2025
17.1 C
Bhubaneswar

ଟ୍ରକ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ଜଣେ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା ଆମଦରର ବାଲାଜୀ ପେଟ୍ରୋଲ ପମ୍ପ ନିକଟରେ ୪୯ ନମ୍ବର ଜାତୀୟ ରଜପଥରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାତି ପ୍ରାୟ ୧୨ଟାରେ ଏକ ଟ୍ରକ(ଓଆର୧୪ଏନ୮୯୪୪) ଓ ଆମ୍ବୁଲାନ୍ସ(ଓଆର୦୫ଏୟୁ ୬୩୪୮) ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଆମ୍ବୁଲାନ୍ସ ଚାଳକ ଆନନ୍ଦ ସାମଲ(୨୫)ଙ୍କର ମୃତ୍ୟୁ ହୋଇଛି । ସେ କଟକ ଶିଖରପୁର ବକ୍ସିବଜାର ଅଞ୍ଚଳର ବୋଲି ଜଣାପଡିଛି । ଏବେ ତାଙ୍କ ମୃତଦେହକୁ ଡିଏଚଏସ ଝାରସୁଗୁଡାରେ ରଖାଯାଇଛି । ପୋଷ୍ଟମୋଟର୍ମ ପରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ କଟକରୁ ଆମ୍ବଲେନ୍ସ ନେଇ ଏକ ରୋଗୀକୁ ଛାଡିବା ପାଇଁ ଆନନ୍ଦ ବେଲପାହାଡ ଆସିଥିଲେ । ରୋଗୀକୁ ଛାଡି କଟକ ଫେରିଲା ସମୟରେ ସେ ବାଲାଜୀ ପେଟ୍ରୋଲ ପମ୍ପ ନିକଟ ଢାବରେ ଖାଇବା ପାଇଁ ରହିଥିଲେ । ଖାଇବା ସାରି ପୁଣି ଆମ୍ବୁଲାନ୍ସ ନେଇ କଟକ ବାହାରିଥିଲେ । ସେହି ସମୟରେ ଝାରସୁଗୁଡା ପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସେ ଆମ୍ବୁଲାନ୍ସ ଭିତରେ ଚାପି ହୋଇ ରହିଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଦୂର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଛି । ପୁଲିସ କେଶ ନମ୍ବର ୧୪୭ ଅଣ୍ଡର ସେକ୍ସସନ ୨୭୯/୩୦୪ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories