www.samajalive.in
Thursday, December 11, 2025
26.1 C
Bhubaneswar

କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଗୁରୁବାର ପୁଣି ଏକ ନୂଆମୋଡ଼ ନେଇଛି। ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ବିଧାୟକଙ୍କ ପିଟଶନର ଶୁଣାଣି କରି ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ନିର୍ଦେଶ ଦେଇଥିଲେ। । ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ଦରକାର ଏବଂ ଆସନ୍ତା କାଲି ସକାଳେ ଖଣ୍ଡପୀଠର ଶୁଣାଣି ପୂର୍ବରୁ ଏହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଥିଲେ। କିନ୍ତୁ ଏହି ନିର୍ଦେଶ ପରେ ବାଚସ୍ପତି କେ.ଆର. ରମେଶ କୁମାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ​‌ ହୋଇଛନ୍ତି। ସେ ଏକ ପିଟିଶନ ଦାଖଲ କରି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆଦେବନ କରିଛନ୍ତି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କୁ ଭେଟିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବାରୁ ଏହି ସମୟ ସୀମା ବୃଦ୍ଧି କରିବାକୁ ବାଚସ୍ପତି କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ପିଟିଶନର ଶୁଣାଣି କରିବେ ବୋଲି କହିଛନ୍ତି। ଶୁକ୍ରବାର ଏହାର ଶୁଣାଣି ହେବ। ତେବେ ବିଧାୟକମାନଙ୍କୁ ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କ ନିକଟକୁ ଯିବାକୁ ପଡ଼ିବ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories