www.samajalive.in
Monday, December 8, 2025
27.1 C
Bhubaneswar

ଏହି ଉପାୟରେ ଖାଆନ୍ତୁ ଅଣ୍ଡା ମିଳିବ ଅନେକ ଲାଭ

ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୁଷ୍ଟିଯୁକ୍ତ ଖାଦ୍ୟ ପାଇଁ ଆମକୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଆବଶ୍ୟକ। ମାତ୍ର ଅଣ୍ଡା ଏପରି ଏକ ଖାଦ୍ୟ ଯେଉଁଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ସେହିଭଳି ଯେଉଁମାନେ ଓଜନ ହ୍ରାସ ପାଇଁ ଇଚ୍ଛୁକ ସେମାନଙ୍କ ପାଇଁ ଅଣ୍ଡା ଏକ ଉତ୍ତମ ସ୍ରୋତ ଅଟେ।
ଅଣ୍ଡା ଖାଇବା ଦ୍ୱାରା ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଯାହା ମୋଟାପଣକୁ ବୃଦ୍ଧି ହେବାକୁ ଦେଇନଥାଏ।
ସିଝା ଅଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ମାତ୍ର ଅଣ୍ଡାର ଧଳା ଅଂଶ ଖାଇବା ଉଚିତ ଓ ଏହାର ହଳଦିଆ ଅଂଶକୁ ଖାଇବା ଉଚିତ ନୁହେଁ।
ଆମଲେଟ ପ୍ରସ୍ତୁତ କରି ମଧ୍ୟ ନିୟମିତ ଖାଆନ୍ତୁ ନାହିଁ। କାରଣ ଏଥିରେ ତେଲର ମାତ୍ରା ଅଧିକ ଥାଏ। ଯାଦ୍ୱାରା ଶରୀରରେ ଫ୍ୟାଟର ପରିମାଣ ବୃଦ୍ଧି ପାଇଥାଏ।
ପାଳଙ୍ଗ ଶାଗ ଓ ଛତୁ ସହ ଅଣ୍ଡା ଆମଲେଟ ଖାଇବା ଶରୀର ପାଇଁ ହିତକାରକ ବୋଲି କୁହାଯାଏ।
ଅଣ୍ଡା ଖାଇବା ସମୟରେ ସେପଟା ଓ କମଳା ମଧ୍ୟ ଖାଇବା ପାରିବେ। ଏପରି ଖାଇବା ଦ୍ୱାରା ମୋଟାପଣ କମ ହୋଇଥାଏ।
ଅଣ୍ଡା ଓ ବିନସ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ। ତେଣୁ ଏହାକୁ ଖାଇବା ଶରୀର ପାଇଁ ଲାଭଦାୟକ।
ସିଝା ଅଣ୍ଡା ସହ ଅଙ୍ଗୁର ରସ ମଧ୍ୟ ପିଇପାରିବେ।
ସିଝା ପରିବା, ଫଳ, ସାଲାଡ଼, ଓଟସ ସହ ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରୀ ଅଟେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories