ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ଜାପାନର ଓସାକାଠାରେ ଚାଲିଥିବା ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସହ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନଙ୍କୁ ମୋଦୀ ଭେଟିଥିଲେ। ଆଲୋଚନା କାଳରେ ମରିସନ ମୋଦୀଙ୍କୁ ବହୁ ପ୍ରଶଂସା କରିଥିଲେ। ଏପରି କି ହିନ୍ଦୀ ପ୍ରଶଂସା କରି ମୋଦୀ ‘କିତନା ଅଚ୍ଛେ ହେଁ’ ବୋଲି କହିଥିଲେ। ଏ ନେଇ ସ୍କଟ୍ ମରିସନ ଟ୍ବିଟ୍ କରିଥିବାବେଳେ ମୋଦୀଙ୍କ ସହିତ ଏକ ସେଲ୍ଫି ନେଇ ଟ୍ବିଟରରେ ଫଟୋ ଶେୟାର କରିଛନ୍ତି।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ ଶନିବାର ସକାଳେ ମୋଦୀଙ୍କୁ ଭେଟିଥିଲେ। ତାଙ୍କ ସହିତ କିଛି ସମୟ ବିତାଇଥିଲେ। ଏହି ଅବସରରେ ସେ ମୋଦୀଙ୍କ ସହ ସେଲଫି ନେଇଥିଲେ।



