www.samajalive.in
Tuesday, December 9, 2025
16.1 C
Bhubaneswar

ନବୀନଙ୍କ ‘ଫଣି’ ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଦ୍ବାରା ବାତ୍ୟା ‘ଫଣି’ର ସଫଳ ପରିଚାଳନା ଏବଂ ମୁକାବିଲାକୁ ବିଶ୍ବ ସ୍ତରରେ ପ୍ରଶଂସା ମିଳିଛି । ଜାପାନର ଟୋକିଓଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଦକ୍ଷତାକୁ ସ୍ବତନ୍ତ୍ର ଭାବେ ସ୍ଥାନ ଦେଇଛନ୍ତି। ସମ୍ମିଳନୀରେ ଗୁରୁବାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ‘ଫଣି’ ଭଳି ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନାକୁ ଭୂୟସୀ ପ୍ରଶଂସା କରିଛନ୍ତି ।  ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ପରିଚାଳନା କରିବା ଯୋଗୁ ବହୁ ଜନଜୀବନ ହାନିକୁ କମ୍‌ କରାଯାଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଭଳି ମହାବିପତ୍ତିକୁ ରାଜ୍ୟ ସରକାର ​ଯେ‌ଭଳି ଭାବେ ମୁକାବିଲା କରି କ୍ଷୟକ୍ଷତିକୁ ଏଡାଇ ପାରିଲେ‌େ‌ ତାହା ବିଶ୍ବ ସ୍ତରରେ ଏକ ଉଦାହରଣ ସୃଷ୍ଟି କରିପାରିଛି, ଯାହା କି ଆମ ପାଇଁ ଖୁସିର ବିଷୟ। ଓଡ଼ିଶା ସରକାରଙ୍କ ପ୍ରଶାସନିକ ଦକ୍ଷତାକୁ ସାରା ବିଶ୍ବ ଏବେ ପ୍ରଶଂସା କରୁଛି । ବାତ୍ୟା ପୂର୍ବରୁ ଉପକୂଳ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଧନଜୀବନ ରକ୍ଷା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରଙ୍କୁ ପ୍ରଶଂସା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories