www.samajalive.in
Monday, December 8, 2025
27.1 C
Bhubaneswar

ଚୋରି ସନ୍ଦେହରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା, ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିଲେ ଉତ୍ତ୍ୟକ୍ତ ଲୋକେ

ଜାମସେଦପୁର: ଝାଡ଼ଖଣ୍ଡର ସଢେଇକଳା ଖରସାୱନ ଜିଲାରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। କେତେଜଣ ଉତ୍ତ୍ୟକ୍ତ ଲୋକ ଚୋରି ସନ୍ଦେହରେ ଜଣେ ମୁସଲମାନ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ମାଡ଼ ମାରିବା ସମୟରେ ତାଙ୍କୁ ‘ଜୟ ଶ୍ରୀରାମ’ ଏବଂ ‘ଜୟ ହନୁମାନ’ କହିବାକୁ ବାଧ୍ୟ କରାଯାଇଥିଲା। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ହେଲେ ତାବରେଜ ଅନସାରି।

ଅନସାରିଙ୍କ ସମ୍ପର୍କୀୟ ମାକସୁଦ ଆଲମ ଅଭିଯୋଗ କରିଛନ୍ତି ଯେ, ଗତ ମଙ୍ଗଳବାର କେତେଜଣ ଲୋକ ଅନସାରିଙ୍କୁ ଚୋରି ସନ୍ଦେହରେ ଅଟକ ରଖିଥିଲେ। ପରେ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ମାଡ଼ ମାରିବା ସମୟରେ ତାଙ୍କୁ ଜୟ ଶ୍ରୀରାମ ଏବଂ ଜୟ ହନୁମାନ କହିବାକୁ ବାଧ୍ୟ କରିଥିଲେ। ମାଡ଼ ଭୟରେ ଅନସାରି ବି ଉତ୍ତ୍ୟକ୍ତ ଲୋକଙ୍କ କଥା ଅନୁସାରେ ତାହା ଉଚାରଣ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପୁଲିସ ଜିମା ଦେଇଥିଲେ। ମାଡ଼ ଖାଇବା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗତ ରବିବାର ସକାଳେ ପୁଲିସ ପକ୍ଷରୁ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜାମସେଦପୁର ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି।

- Advertisement -

ଆଲମ ଅଭିଯୋଗ କରିଛନ୍ତି ଯେ,​‌ ଯେହେତୁ ତାଙ୍କ ସମ୍ପର୍କୀୟ ଜଣେ ମୁସଲମାନ ଥିଲେ ଏବଂ ତାଙ୍କୁ ହିନ୍ଦୁ ଧାର୍ମିକ ସ୍ଳୋଗାନ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଛି, ତେଣୁ ଏହା ଏକ ସାମ୍ପ୍ରଦାୟିକ ହିଂସା। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ସେହିପରି ପୁଲିସ ହେପାଜତରେ ଥିବାବେଳେ ଅନସାରିଙ୍କ ମୃତ୍ୟୁ ଘଟିଥିବାରୁ ପୁଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଅନସାରିଙ୍କ ଅନ୍ୟ ଜଣେ ସମ୍ପର୍କୀୟ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories