www.samajalive.in
Tuesday, December 9, 2025
15.1 C
Bhubaneswar

ରଥଯାତ୍ରାରେ ପୁରୀକୁ ୧୯୪ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଫଣି ବାତ୍ୟାରେ ପୂର୍ବତଟ ରେଳପଥର ୬୦୦ କୋଟି ଟଙ୍କା କ୍ଷତି ଘଟିଛି। ଏଥି ମଧ୍ୟରୁ ବାତ୍ୟାରେ ରେଳ ଷ୍ଟେସନ୍, ବିଦ୍ୟୁତ ଉପକରଣ ଭଳି ଭିତ୍ତିଭୂମି ନଷ୍ଟ ହେବା ଯୋଗୁଁ ୪୦୦ କୋଟି ଟଙ୍କାର କ୍ଷତି ଘଟିଛି। ସେହିପରି ବାତ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରାଯାଇ ଥିବାରୁ ଟିକଟ ବିକ୍ରି ଏବଂ ମାଲ ପରିବହନ ବାବଦକୁ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଫଣିରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କଟକ ସମେତ କିଛି ଛୋଟ ରେଳ ଷ୍ଟେସନ୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ସବୁଠାରୁ ଅଧିକ କ୍ଷତି ହୋଇଥିଲା ପୁରୀ ରେଳ ଷ୍ଟେସନ୍‌ରେ। ଏବେ କ୍ଷତିଗ୍ରସ୍ତ ଷ୍ଟେସନ୍‌ଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ କୁହାଯାଇଛି। ବିଶେଷକରି ଜୁଲାଇ ମାସ ପହିଲା ସୁଦ୍ଧା ପୁରୀ ରେଳ ଷ୍ଟେସନ୍‌ରେ ସବୁ କ୍ଷେତ୍ରରେ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନ ସମସ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକର ଚଳାଚଳ ପାଇଁ ପ୍ରସ୍ତୁତ କରାଯିବାକୁ କୁହାଯାଇଛି I ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories