www.samajalive.in
Monday, December 8, 2025
20.1 C
Bhubaneswar

ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର, ହୋଇପାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିୟୁ-କଂଗ୍ରେସ ମେଣ୍ଟ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। କଂଗ୍ରେସ ସହିତ ମେଣ୍ଟ ଯୋଗୁ ପ୍ରତି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି ବୋଲି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ମନ୍ତବ୍ୟ ପରେ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବା ନେଇ ଜେଡିୟୁ ମୁଖ୍ୟ ଏଚ.ଡି. ଦେବେଗୌଡ଼ାଙ୍କ ଇସାରା ଦୁଇଦଳ ମଧ୍ୟରେ ଥିବା ବିବାଦକୁ ପଦାରେ ପକାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ଦେବେଗୌଡ଼ା କହିଛନ୍ତି, ରାଜ୍ୟରେ ଯେକୌଣସି ସମୟରେ ମଧ୍ୟବର୍ତ୍ତୀ ନିର୍ବାଚନ ହୋଇପାରେ। କଂଗ୍ରେସ ଯେପରି ବ୍ୟବହାର କରୁଛି, ତାହା ଜନସାଧାରଣ ଦେଖୁଛନ୍ତି। ଏହି ସରକାର କେଉଁ ପର୍ଯ୍ୟନ୍ତ ତିଷ୍ଠି ରହିବ ତାହା ମୁଁ କହିପାରିବି ନାହିଁ।

ସେ ଆହୁରି କହିଛନ୍ତି ଯେ, ମୁଁ କହି ନ ଥିଲି ଯେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେଉ। ମୁଁ ଆଜି ଏହା କହୁଛି, କାଲି ବି କହିବି। କଂଗ୍ରେସ ଆମ ପାଖକୁ ଆସିଲା ଏବଂ କହିଲା କି ଯାହା ବି ହେଉ ଆପଣଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବ। ସେତେବେଳେ ମୁଁ ଜାଣି ନ ଥିଲି ଯେ କଂଗ୍ରେସର ସବୁ ନେତାଙ୍କ ମଧ୍ୟରେ ସହମତି ଥିଲା କି ନାହିଁ। ଲୋକସଭା ନିର୍ବାଚନରେ ପରେ ଏମିତି ଲାଗୁଛି କି କଂଗ୍ରେସ ନିଜର କ୍ଷମତା ହରାଇ ଦେଇଛି। ଆମ ପକ୍ଷରୁ କୌଣସି ବିପଦ ନାହିଁ। ମୋତେ ଜଣାନାହିଁ ସରକାର କେତେଦିନ ରହିବ। ଏହା କୁମାରସ୍ବାମୀଙ୍କ ହାତରେ ନାହିଁ, ବରଂ କଂଗ୍ରେସ ହାତରେ ରହିଛି। ସେମାନେ ଯାହା କହିଲେ ଆମେ ସବୁ କିଛି କଲୁ। କିନ୍ତୁ ସେମାନଙ୍କ ବ୍ୟବହାର ସମସ୍ତଙ୍କୁ ଜଣା। ମଧ୍ୟବର୍ତ୍ତୀ ନିର୍ବାଚନ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଦେବେଗୌଡ଼ା ମେଣ୍ଟ ସରକାରକୁ ନେଇ ଆଉ ଏକ ଖୁଲାସା କରିଛନ୍ତି। କଂଗ୍ରେସ ଏହାର ବରିଷ୍ଠ ନେତା ମଲିକାର୍ଜୁନ ଖାର୍ଗେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories