www.samajalive.in
Monday, December 8, 2025
17.1 C
Bhubaneswar

କିମଙ୍କ ସହ ଆଲୋଚନା ପାଇଁ ଉତ୍ତର କୋରିଆରେ ପହଞ୍ଚିଲେ ଜିନପିଙ୍ଗ

ପ୍ୟୋଙ୍ଗୟାଙ୍ଗ : ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଗୁରୁବାରଠ ଉତ୍ତର କୋରିଆ ଗସ୍ତରେ ଯାଇଛନ୍ତି। ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିବା ପରେ ଜିନପିଙ୍ଗଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ ଜଙ୍ଗ ଉନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। କୁହାଯାଉଛି ଜିନପିଙ୍ଗ ସେଠାରେ ପରମାଣୁ ପ୍ରସଙ୍ଗ ଏବଂ ଉତ୍ତର କୋରିଆ ଉପରେ ଲାଗିଥିବା ବିଭିନ୍ନ ପ୍ରତିବନ୍ଧକ ନେଇ ଆଲୋଚନା କରିବେ। ୧୪ ବର୍ଷ ପରେ ପ୍ରଥମ ଚୀନ ରାଷ୍ଟ୍ରପତି ଭାବେ ଜିନପିଙ୍ଗ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଜିନପିଙ୍ଗଙ୍କ ସହ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନ ଏବଂ ବିଦେଶ ମନ୍ତ୍ରୀ ୱାଗ ୟି ଭି ଏହି ଗସ୍ତରେ ସାମିଲ ହୋଇଛନ୍ତି।
ଏହା ର୍ପୂବରୁ କିମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଥର (ସିଙ୍ଗାପୁରରେ ୨୦୧୮ ଜୁନ ୧୨ ଏବଂ ଭିଏତନାମରେ ଚଳିତ ବର୍ଷ ଫେବୃଆରୀରେ) ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ଉତ୍ତର କୋରିଆକୁ ତାର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିସାରିଛି। ଏହି କ୍ରମରେ ଉତ୍ତର କୋରିଆ ପରମାଣୁ ନିରସ୍ତ୍ରିକରଣ ପାଇଁ ପଦକ୍ଷେପ ନେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଜଣାଇଛି। ହେଲେ ଆମେରିକା ଓ ମିଳିତ ଜାତିସଂଘ ଉତ୍ତର କୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳନ କରିନାହାନ୍ତି।
ଅପରପକ୍ଷରେ ଚୀନ ଏବଂ ଉତ୍ତର କୋରିଆ ନିଜ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଚୀନ ଉତ୍ତରକୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ କହିଆସୁଛି। ଗତ ବର୍ଷ କିମ ଜଙ୍ଗ ଉନ ୪ ଥର ଚୀନ ଗସ୍ତରେ ଯାଇଥିଲେ। ତେବେ ଜିନପିଙ୍ଗଙ୍କ ଉତ୍ତର କୋରିଆ ଗସ୍ତ ସମୟରେ ଖବର ସଂଗ୍ରହ ଉପରେ କଟକଣା ଲଗାଯାଇଛି। ଖବର ସଂଗ୍ରହ ପାଇଁ କୌଣସି ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଅନୁମତି ଦିଆଯାଇନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories