www.samajalive.in
Monday, December 8, 2025
20.1 C
Bhubaneswar

ଗୁରୁବାରଠାରୁ ମେଡିକାଲ କାଉନସେଲିଂ

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ଘରୋଇ ହାଇ-ଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ଓଜେଇଇ ପକ୍ଷରୁ ଗୁରୁବାର(ଆସନ୍ତାକାଲି)ଠାରୂ ମେଡିକାଲ କାଉନସେଲିଂ ଆରମ୍ଭ ହେବ। ଏନେଇ ଓଜେଇଇ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଟ୍‌ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଏହି କାଉନସେଲିଂରେ ଭାଗ ନେବେ। ଗୁରୁବାର ମଧ୍ୟାହ୍ନରୁ ୨୫ତାରିଖ ପୂର୍ବାହ୍ନ ୧୧.୫୯ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ‌ପଞ୍ଜୀକରଣ କରି ପାରିବେ। ୨୬ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ଯାଏ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ଯାଏ ଛାତ୍ରଛାତ୍ରୀଙ୍କ ଡକୁମେଣ୍ଟ ଯାଞ୍ଚ କରାଯିବ।
ଜୁଲାଇ ୧ରେ ରାଜ୍ୟ ମେଡିକାଲ ତାଲିକା ପ୍ରକାଶ ପାଇବ।

୧ ତାରିଖ ପୂର୍ବାହ୍ନ ୧୧ରୁ ୨ ତାରିଖ ୧୧.୫୯ମିନିଟ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଚଏସ୍‌ ଫିଲିଂ ଓ ଲକିଂ କରି ପାରିବେ। ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଖକୁ ଓଜେଇଇ ପକ୍ଷରୁ ଚିଠି ଦିଆଯିବ । ୫ରୁ ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଓଜେଇଇ କାର୍ଯ୍ୟାଳୟକୁ ଆସି ନାମଲେଖାଇବେ। ୧୨ରେ ଏନ୍‌ଆଇଟି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା ବେଳେ ଖାଲି ପଡ଼ିଥିବା ଡାକ୍ତରୀ ସିଟ୍‌ ତାଲିକା ଜୁଲାଇ ୨୪ ରେ ପ୍ରକାଶ ପାଇବ। ୨୪ ଏବଂ ୨୫ରେ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଚଏସ୍‌ ଫିଲିଂ ଓ ଲକିଂ କରିବେ। ୨୬ରେ ଦ୍ବିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପାଖକୁ ଓଜେଇଇ ପକ୍ଷରୁ ଚିଠି ଦିଆଯିବ। ୨୭ରୁ ୩୦ ଯାଏ ଦ୍ବିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା ହେବ। ୩୧ରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଚାହିଁଲେ ନାମ ଲେଖାରୁ ବାଦ ପଡ଼ିପାରିବେ। ୩ ଅଗଷ୍ଟରେ ପୁଣି ଏନଆଇଟିରେ ଛାତ୍ରଛାତ୍ରୀ ନାମଲେଖାଇବେ। ୪ରୁ ୮ଅଗଷ୍ଟ ଭିତରେ ଦ୍ବିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖାରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ସ୍ପଟ୍‌ ନାମଲେଖା ହେବ। ୧୨ରେ ଶେଷ ପର୍ଯ୍ୟାୟ ଏନ୍‌ଆଇଟି ପାଇଁ ନାମ ଲେଖାଇବେ। ୧୩ରେ ଘରୋଇ ମେଡିକାଲ କଲେଜ ପାଇଁ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇ ଥିବାବେଳେ ୧୮ ଅଗଷ୍ଟରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories