www.samajalive.in
Monday, December 8, 2025
20.1 C
Bhubaneswar

କୋଲକାତା: ରାସ୍ତାରେ ଅଟକାଇ ପୂର୍ବତନ ମିସ୍‌ ଇଣ୍ଡିଆଙ୍କୁ ଦୁର୍ବ୍ୟବହାର, ୭ ଗିରଫ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ପୂର୍ବତନ ମିସ୍‌ ଇଣ୍ଡିଆ ଉଶଷୀ ସେନଗୁପ୍ତାଙ୍କୁ କେତେଜଣ ଅସାମାଜିକ ଯୁବକ ଦୁର୍ବ୍ୟବହାର କରିଛନ୍ତି। ମଙ୍ଗଳବାର ରାତିରେ ସେ କାମ ସାରି ଏକ କ୍ୟାବ୍‌ରେ ଘରକୁ ଫେରୁଥିବାବେଳେ ଅସାମାଜିକ ଯୁବକମାନେ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ମାରପିଟ୍‌ କରିବା ସହ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ହଙ୍ଗାମା କରିଥିଲେ। ଏହି ଘଟଣାରେ ପୁଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

Image courtesy: Aajtak

ଉଶଷୀ ଫେସ୍‌ବୁକରେ ଏକ ପୋଷ୍ଟ କରି ନିଜ ଅଭିଯୋଗ ଜଣାଇବା ସହ କୋଲାକାତା ପୁଲିସର ଅସହଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ମୁତାବକ, ଉଶଷୀ ରାତି ପ୍ରାୟ ୧୧ଟା ୪୦ରେ କାମ ସାରି କ୍ୟାବରେ ଘରକୁ ଫେରୁଥିଲେ। ଏଲିଗିନ ରାସ୍ତା ନିକଟରେ କେତେଜଣ ଯୁବକ ବାଇକରେ ଆସି ତାଙ୍କ ଗାଡ଼ିକୁ ଧକ୍କା ମାରିଥିଲେ। ପରେ ଡ୍ରାଇଭରଙ୍କୁ ବାହାରକୁ ଟାଣିନେଇ ମାଡ଼ ମାରିଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ପୁଲିସ କର୍ମଚାରୀଙ୍କ ନିକଟକୁ ଉଶଷୀ ଦୌଡ଼ି ଯାଇ ସହାୟତା ମାଗିଥିଲେ। କିନ୍ତୁ ଏହା ତାଙ୍କ ଥାନା ଅଞ୍ଚଳରେ ଆସୁ ନ ଥିବା କହି ମନା କରିଥିଲେ। ଉଶଷୀ ବହୁ ଅନୁରୋଧ କରିବା ପରେ ସେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ତାଙ୍କୁ ଧମକାଇ ଫେରାର ହୋଇଯାଇଥିଲେ। ଏହା ପରେ ଉଶଷୀ କ୍ୟାବରେ ତାଙ୍କ ସାଙ୍ଗ ସହିତ ଘରକୁ ଫେରିଥିଲେ। ମାତ୍ର ପରେ ସେହି ଅସାମାଜିକ ଯୁବକମାନେ ତାଙ୍କୁ ପୁଣି ପିଛା କରିଥିଲେ। ଉଶଷୀ ତାଙ୍କ ଘର ନିକଟରେ ପହଞ୍ଚିବା ପରେ ଯୁବକମାନେ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାରପିଟ୍‌ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ସେମାନେ ଖସି ପଳାଇଥିଲେ। ପରେ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories