www.samajalive.in
Thursday, December 11, 2025
27.1 C
Bhubaneswar

ଉତ୍ତରପ୍ରଦେଶ ୩ ମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ୩ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଲୋକସଭାକୁ ନିର୍ବାଚିତ ହେବା ପରେ ଉତ୍ତରପ୍ରଦେଶର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୋମବାର ଏହି ସୂଚନା ପ୍ରଦାନ କରାଯାଇଛି। ପଶୁ ସମ୍ପଦ ମନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଏବଂ ମତ୍ସ୍ୟ ବିଭାଗ ମନ୍ତ୍ରୀ ପଦରୁ ଏସ୍‍ପି ବାଘେଲ, ମହିଳା ଏବଂ ପରିବାର କଲ୍ୟାଣ, ମାତୃ ଏବଂ ଶିଶୁ କଲ୍ୟାଣ ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପଦରୁ ରୀତା ବହୁଗୁଣା ଯୋଶୀ, ଖଦି ଏବଂ ଗ୍ରାମ୍ୟଦ୍ୟୋଗ, ରେଶମ ଉଦ୍ୟୋଗ, ବସ୍ତ୍ରଦ୍ୟୋଗ, ଅଣୁ-କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ରପ୍ତାନୀ ପ୍ରୋତ୍ସାହନ ବିଭାଗ ମନ୍ତ୍ରୀ ପଦରୁ ସତ୍ୟଦେବ ପଚୋରୀଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ କରିଛନ୍ତି।
ଏହାପରେ ରାଜ୍ୟପାଳଙ୍କ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମହିଳା ଏବଂ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କୁ ପଶୁ ସମ୍ପଦ ଏବଂ ମତ୍ସ୍ୟ ବିଭାଗ, ମନ୍ତ୍ରୀ ଧର୍ମପାଲ ସିଂହଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗ, ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହଙ୍କୁ ପରିବାର କଲ୍ୟାଣ, ମାତୃ ଏବଂ ଶିଶୁ କଲ୍ୟାଣ ବିଭାଗ, ମନ୍ତ୍ରୀ ସତୀଶ ମାହାଣାଙ୍କୁ ଖଦି ଏବଂ ଗ୍ର୍ୟାମ୍ୟଦ୍ୟୋଗ, ରେଶମ ଉଦ୍ୟୋଗ, ବସ୍ତ୍ରୋଦ୍ୟୋଗ, ଅଣୁ-କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ରପ୍ତାନୀ ପ୍ରୋତ୍ସାହନ ବିଭାଗର ଅତିରିକ୍ତ କାର୍ଯ୍ୟଭାର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ ଏସ୍‍.ପି ସିଂହ ବାଘଲେ ଆଗ୍ରା ଲୋକସଭାରୁ, ରୀତା ବହୁଗୁଣା ଏବଂ ସତ୍ୟଦେବ ଯଥାକ୍ରମେ ଆହ୍ଲାବାଦ ଏବଂ କାନପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories