www.samajalive.in
Thursday, December 11, 2025
27.1 C
Bhubaneswar

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ – ସାଂସଦ ଅନୁଭବଙ୍କ ନାଁରେ ମାମଲା

କଟକ: ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କଟକ ପୁରୀଘାଟ ଥାନାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ଅନେକ ଦିନ ହେବ ଖରାପ ଇଙ୍ଗିତ କରିବା ସହ ବାଟରେ ହଇରାଣ ହରକତ କରୁଥିଲେ। ଶେଷରେ ସେ ଅତିଷ୍ଠ ହୋଇ ଏ ସମ୍ପର୍କରେ ସାଂସଦ ଅନୁଭବ ମହାନ୍ତିଙ୍କୁ ଜଣାଇବାକୁ ତାଙ୍କ ଘରକୁ ଯାଇଥିଲେ। ସେ ପୁରୀଘାଟ ଥାନାରେ ରୁଜ୍ଜୁ କରିଥିବା ଏତଲାରେ ଦର୍ଶାଇଛନ୍ତି ଯେ, ଉଭୟ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ତାଙ୍କୁ ଦୁର୍ବ୍ୟବହାର କରିବା ସହ ଅନୁଭବ ତାଙ୍କ ଉପରକୁ ଛେପ ପକାଇଥିଲେ।

ଇତି ମଧ୍ୟରେ ପୁରୀଘାଟ ଥାନା ଏଫଆଇଆର ସଂଖ୍ୟା ୧୧୮/୨୦୧୯ ରେ ଦଫା ୨୯୪, ୩୫୪(କ), ୩୨୩ ଓ ଆଇପିସି ୩୪ରେ ମାମଲା ରୁଜ୍ଜୁ କରିଛନ୍ତି। ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ଜଣକ ପୂର୍ବରୁ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି, ତେବେ ସେ କେଉଁ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେ ତାହା ସ୍ପଷ୍ଟ ହୋଇନି।

- Advertisement -

ସାଂସଦ ଅନୁଭବ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜୁନ ୧୨ ରାତିରେ ଅଭିଯୋଗକାରିଣୀ ମହିଳା ତାଙ୍କ ଘର ସାମ୍ନାରେ ଖରାପ ଭାଷାରେ ଗାଳିମନ୍ଦ କରିଥିଲେ ଓ ସେ ଓ ତାଙ୍କ ପତ୍ନୀ ତାଙ୍କୁ ବୁଝେଇବାକୁ ଯାଇ ବିଫଳ ହେବ ପରେ ପିସିଆରକୁ ଖବର ଦେଇଥିଲେ। ପିସିଆର ସମ୍ପୃକ୍ତ ମହିଳାଙ୍କୁ ସେଠାରୁ ନେଇଥିଲା। ତାଙ୍କୁ ବଦନାମ କରିବାକୁ ଏହା ଷଡଯନ୍ତ୍ର ବୋଲି ଅନୁଭବ କହିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories