www.samajalive.in
Thursday, December 11, 2025
27.1 C
Bhubaneswar

ଅବସର ନେଲେ କ୍ରିକେଟିୟର ଯୁବରାଜ ସିଂ

ନୂଆଦିଲ୍ଲୀ . – କ୍ରିକେଟିୟ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଟିମ୍‌ ଇଣ୍ଡିଆର ଚାମ୍ପିୟନ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା । କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ୨୦୦୭ ଟି ଟ୍ୱେଣ୍ଟି ବିଶ୍ୱ କପ୍‌ ଓ ୨୦୧୧ କ୍ରିକେଟ ବିଶ୍ୱ କପ୍‌ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ୨୦୧୭ ପରଠାରୁ ତାଙ୍କୁ ଭାରତୀୟ ଟିମ୍‌ରେ ଚୟନ କରାଯାଇ ନଥିଲା । ୩୭ ବର୍ଷୀୟ ଯୁବରାଜଙ୍କୁ ବିଭିନ୍ନ ବିଦେଶୀ କ୍ରିକେଟ ଟିମ୍‌ ରେ ଖେଳିବା ପାଇଁ ସୁଯୋଗ ମିଳିଥିବା ଚର୍ଚ୍ଚା ହେଉଛି । ତାଙ୍କୁ କାନାଡା ,ଆୟରଲାଣ୍ଡ ଓ ହଲାଣ୍ଡରେ ଟି ଟ୍ୱେଣ୍ଟି ଖେଳିବା ପାଇଁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଟିମ୍‌ ଇଣ୍ଡିଆର ୨୦୧୧ ବିଶ୍ୱକପ୍‌ ବିଜୟରେ ଯୁବରାଜ ସିଂ ଏକ ବଡ ଭୂମିକା ଗ୍ରହଣ କରିଥିଲେ । ଯୁବରାଜଙ୍କୁ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ସେ ଅଲ୍‌ରଉଣ୍ଡର ଭାବେ ୩୬୨ ରନ୍‌ କରିବାସହ ୧୫ଟି ଓ୍ୱିକେଟ୍‌ ନେଇଥିଲେ ।

- Advertisement -

୨୦୦୭ ଟି ଟ୍ୱେଣ୍ଟି ବିଶ୍ୱ କପ୍‌ରେ ସେ ଇଲଂଣ୍ଡ ବିପକ୍ଷରେ ଷ୍ଟୁଆର୍ଡ ବୋର୍ଡଙ୍କୁ ୬ଟି ବଲ୍‌ରେ ୬ଟି ଛକା ମାରିଥିଲେ । ୧୨ଟି ବଲ୍‌ରେ ୫୦ ରନ୍‌କରିଥିଲେ ସେହି ରେକର୍ଡକୁ ଆଜିଯାଏଁ କେହି ଭାଙ୍ଗି ପାରି ନାହାନ୍ତି । ସେ ୪୦ଟି ଟେଷ୍ଟ ,୩୦୪ ଦିନିକିଆ ଓ ୫୮ଟି ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି ।

୪୦ଟି ଟେଷ୍ଟରେ ୬୨ ପାରିରେ ସେ ୧୯୦୦ ରନ୍‌ କରିଥିଲେ , ଏଥିରେ ୩ ଶତକ ଓ ୧୧ଟି ଅର୍ଦ୍ଧ ଶତକ ସାମିଲ ଅଛି । ସେହିପରି ୩୦୪ ଦିନିକିଆରେ ୨୭୮ରେ ବ୍ୟାଟିଂ କରି ୮୭୦୧ ରନ୍‌ କରିଥିଲେ । ଏଥିରେ ୧୪ଟି ଶତକ ୫୨ଟି ଅର୍ଦ୍ଧ ଶତକ ରହିଛି । ୫୮ଟି ଟ୍ୱେଣ୍ଟିରେ ୧୧୭୭ ରନ୍‌ କରିଛନ୍ତି । ସେ ଟେଷ୍ଟ ମ୍ୟାଚରେ ୯ଟି ଦିନିକିଆରେ ୧୧୧ଟି ଓ ଟି ଟ୍ୱେଣ୍ଟିରେ ୨୮ଟି ଓ୍ୱିକେଟ୍‌ ନେଇଛନ୍ତି ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories