www.samajalive.in
Monday, December 8, 2025
27.1 C
Bhubaneswar

ୟୁଜିସି – ଇଗ୍ନୋ ବିବାଦରେ ପୂର୍ଣ୍ଣଛେଦ: ମୁକ୍ତ ଏବଂ ଦୂର ଶିକ୍ଷା ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ଉଚ୍ଚ ଶିକ୍ଷା ନିୟନ୍ତ୍ରଣକାରୀ ସଂସ୍ଥା ‘ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ’ (ୟୁଜିସି) ଏବଂ ପ୍ରଥମ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ‘ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ’ (ଇଗ୍ନୋ) ମଧ୍ୟରେ ଗତ କିଛି ବର୍ଷ ହେବ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି।କେନ୍ଦ୍ର ସରକାର ଏକ ସଂଶୋଧନ ବଳରେ ଉଭୟ ସଂସ୍ଥାର ପ୍ରଶାସନିକ ସୀମା ନିର୍ଦ୍ଦିଷ୍ଟ କରିବା ସହ ୟୁଜିସି ଏଣିକି ଇଗ୍ନୋର ମୁକ୍ତ ଏବଂ ଦୂର ଶିକ୍ଷା ବ୍ୟବସ୍ଥାରେ ଯେଭଳି ହସ୍ତକ୍ଷେପ କରିପାରିବ ନାହିଁ, ସେଭଳି ପଦକ୍ଷେପ ନେଇଛନ୍ତି।

ୟୁଜିସି ତାର ୨୦୧୭ ଅଧିନିୟମରେ ସଂଶୋଧନ ପୂର୍ବକ ସ୍ୱତନ୍ତ୍ର ବିଷୟ ଭାବେ ଇଗ୍ନୋକୁ ନିଜ ନୀତି ନିୟମ ପରିଧିରୁ ବାଦ ଦେଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନିର୍ଦ୍ଦେଶ ପରେ ୟୁଜିସି ଏଭଳି ପଦକ୍ଷେପ ନେଇଛି। ଏ ସମ୍ପର୍କିତ ସଂଶୋଧିତ ଅଧିନିୟମ ଗେଜେଟରେ ପ୍ରକାଶିତ ହୋଇଛି ଓ ଏହା ଜୁନ ୬ରୁ କାର୍ଯ୍ୟକାରୀ ହୋଇଛି। ମୁକ୍ତ ଏବଂ ଦୂର ଶିକ୍ଷା କ୍ଷେତ୍ରରେ ଏହା ୟୁଜିସିର ଚତୁର୍ଥ ସଂଶୋଧନ। ବିଗତ କିଛି ବର୍ଷ ହେବ ଉଭୟ ୟୁଜିସି ଏବଂ ଇଗ୍ନୋ ମଧ୍ୟରେ ପ୍ରଶାସନିକ ପରିଚାଳନା ଓ ୟୁଜିସିର ଅଯଥା ହସ୍ତକ୍ଷେପ ଫଳରେ ଇଗ୍ନୋ ଦ୍ୱାରା ପରିଚାଳିତ କେତେକ ପାଠ୍ୟକ୍ରମର ବୈଧତା ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିଲେ। ବିଶେଷ କରି ୟୁଜିସି, ଇଗ୍ନୋର ମୁକ୍ତ ଏବଂ ଦୂର ଶିକ୍ଷା କ୍ଷେତ୍ରରେ ୨୦୧୭ ପରେ କେତେକ କଠୋର ନିୟମ ଓ ସଂଶୋଧନ ଲାଗୁ କରିବା ଫଳରେ ଉଭୟ ସଂସ୍ଥା ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏମବିଏ ଓ ଏମସିଏ ଭଳି ବୃତିଭିତ୍ତିକ ପାଠ୍ୟକ୍ରମରେ ଏଆଇସିଟିଇ’ର ଅନୁମତି ନେବା ୟୁଜିସି ବାଧ୍ୟତାମୂଳକ କରିବା ଫଳରେ ଏଭଳି ଅସୁବିଧା ସୃଷ୍ଟି ହୋଇଥିଲା।

- Advertisement -

ଅନ୍ୟପକ୍ଷରେ ୨୦୧୭-୧୮ ଶିକ୍ଷା ବର୍ଷରୁ ୟୁଜିସି ୧୫ଟି ଜାତୀୟସ୍ଥରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଦିଆଯାଉଥିବା ଏମ.ଫିଲ ଏବଂ ପିଏଚଡ଼ି ପାଠ୍ୟକ୍ରମ ପ୍ରତିବନ୍ଧିତ କରିଥିଲେ ମଧ୍ୟ ୨୦୧୮ରେ ଇଗ୍ନୋ ସେହି ପାଠ୍ୟକ୍ରମର ପୁଣି ପ୍ରଚଳନ କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories