www.samajalive.in
Monday, December 8, 2025
27.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦାବି ରଖିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅସଲମ ଶେର ଖାନ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ହକିରେ ଅଲମ୍ପିକ ପଦକ ବିଜେତା ଅସଲମ ଶେର ଖାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିଜ ଦାବି ଉପସ୍ଥାପନ କରିଛନ୍ତି। ଶୁକ୍ରବାର ଏହି ଖବର ପଦାକୁ ଆସିଛି।
ଅସଲମ କହିଛନ୍ତି ଯେ କଂଗ୍ରେସ ପୁଣି ଥରେ ନିର୍ବାଚନରେ ହାରିବା ପରେ ମୁଁ ଏହି ପତ୍ର ଲେଖିଥିଲି। ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଅନ୍ୟ କାହାକୁ ଦେବାକୁ ଚାହୁଁଥିବାରୁ ମୁଁ ଏହାକୁ ଏକ ସୁଯୋଗ ବୋଲି ଭାବିଲି। ତେଣୁ ଏହି ପତ୍ର ମାଧ୍ୟମରେ ମୁଁ କଂଗ୍ରେସ ଅଧ୍ୟକ୍ଷ ପଦ ଭାର ନେବା ପାଇଁ ଇଚ୍ଛା ପ୍ରକାଶ କରିଛି। ଏବେ କଂଗ୍ରେସକୁ ସାହାସର ଆବଶ୍ୟକତା ଅଛି। ନେହରୁ-ଗାନ୍ଧୀ ପରିବାର ବାହାରେ ଅନ୍ୟ କାହାକୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ଚାହୁଁଥିଲେ, ମୋତେ ଏକ ସୁଯୋଗ ଦିଆଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଥିଲେ। ଅଧ୍ୟକ୍ଷ ପଦ ପାଇଁ ବିକଳ୍ପ ବାଛିବାକୁ ସେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories