www.samajalive.in
Monday, December 8, 2025
27.1 C
Bhubaneswar

୪୮ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୮ (ଶନିବାର) କେରଳ ଛୁଇଁବ ବୋଲି ଭାରତୀୟ ପାଣପାଗ ବିଭାଗ (ଆଇଏମଡି) ଗୁରୁବାର ପୂର୍ବାନୁମାନ କରିଛି। ଅର୍ଥାତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ। ଏହା ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା ଯେ ଜୁନ ୬ରେ ମୌସୁମୀ କେରଳ ଛୁଇଁବ। ମୌସୁମୀ ପ୍ରାୟ ଏକ ସପ୍ତାହ ବିଳମ୍ବରେ ପହଞ୍ଚିବ ବୋଲି କୁହାଯାଉଥିଲା। ଏବେ ଏଥିରେ ଆଉ ୨ ଦିନ ବିଳମ୍ବ ହେବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଜୁନ ୭ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ ପୂର୍ବାନୁମାନ କରିଛି।
ସ୍ୱାଭାବିକ ଭାବେ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିଥାଏ। ଚଳିତ ଥର ମୌସୁମୀ ପହଞ୍ଚିବାରେ ବିଳମ୍ବ ପରିଲକ୍ଷିତ ହେଉଛି। ମୌସୁମୀ କେରଳ ଛୁଇଁବାର ପ୍ରାୟ ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ। ଏହି କ୍ରମରେ ଚଳିତ ବର୍ଷ ଜୁନ ୧୮ରେ ମୌସୁମୀ ଓଡିଶା ଛୁଇଁବ ବୋଲି ଅନୁମାନ କରାଯାଉଛି। ଏଥର ଅଲନିନୋ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୌସୁମୀ ଦୁର୍ବଳ ରହିବ ବୋଲି କୁହାଯାଉଛି। ଚଳିତ ବର୍ଷ ମୌସୁମ ସର୍ବନିମ୍ନ ହାରାହାରି ବୃଷ୍ଟିପାତ (ଏଲପିଏ) ୯୩% (ସ୍ୱାଭାବିକଠାରୁ କମ) ହେବ ବୋଲି ସ୍କାଏମେଟ ଓ ଏଲପିଏ ୯୬% ରହିବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ଜୁଲାଇରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ କମ୍ ହେବ ଓ ଅଗଷ୍ଟରେ ସ୍ବାଭାବିକ ହେବ। ଉତ୍ତର-ପଶ୍ଚିମ ଭାରତରେ ଏଲପିଏ ୯୪% ରହିବ। କେନ୍ଦ୍ର ଭାରତରେ ଏଲପିଏ ୧୦୦%, ଉତ୍ତରପୂର୍ବ ଭାରତରେ ଏହା ୯୧% ରହିବ। ଆଇଏମଡିର ଉତ୍ତରପୂର୍ବ ଡିଭିଜନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡଖଣ୍ଡ ଭଳି ରାଷ୍ଟ୍ର ରହିଛି। ତେଣୁ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ସର୍ବନିମ୍ନ ହାରାହାରି ବୃଷ୍ଟିପାତ (ଏଲପିଏ) ୯୦ରୁ ୯୬ ପ୍ରତିଶତ ମଧ୍ୟରେ ରହିଲେ ତାକୁ ସ୍ବାଭାବିକ ଠାରୁ କମ୍ କୁହାଯାଇଥାଏ। ପାଣିପାଗ ବିଭାଗ ଅନୁସାରେ ମୌସୁମୀ ପୂର୍ବୋତ୍ତର ରାଜ୍ୟରେ କେରଳ ଛୁଇଁବାର ୩ରୁ ୪ ଦିନ ମଧ୍ୟରେ ପହଞ୍ଚିଯିବ। ଆସନ୍ତା ୫ ଦିନ ମଧ୍ୟରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ ଏବଂ ତ୍ରିପୁରାର କେତେକ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି।
ପ୍ରକାଶ ଯେ ମୌସୁମୀ ୨୦୧୪ରେ ଜୁନ୍‍ ୫ରେ, ୨୦୧୫ରେ ଜୁନ ୬ରେ, ୨୦୧୬ରେ ଜୁନ ୮ରେ କେରଳ ଛୁଇଁଥିଲା। ୨୦୧୮ରେ ମୌସୁମୀ ୩ ଦିନ ପୂର୍ବରୁ ଅର୍ଥାତ ମେ’ ୨୯ରେ କେରଳରେ ପହଞ୍ଚିଥିଲା। ଗତ ବର୍ଷ ସ୍ୱାଭାବିକ ବର୍ଷା ହୋଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories