www.samajalive.in
Monday, December 8, 2025
20.1 C
Bhubaneswar

ପିଲାଙ୍କୁ ଖାଦ୍ୟ ଖୁଆଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶିଶୁଙ୍କ ଉପଯୁକ୍ତ ଯତ୍ନ ପାଇଁ ବିଶେଷ ଭାବେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ପିଲାମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ କେତେକ ଦିଗ ପ୍ରତି ମଧ୍ୟ ସଚେନନ ହେବା ଉଚିତ। ବହୁ ସମୟରେ ଏପରି ଦେଖାଯାଏ ଯେ ଖାଦ୍ୟ ଗରମଥିଲେ ମାଆମାନେ ନିଜ ସନ୍ତାନକୁ ଖାଦ୍ୟ ଫୁଙ୍କି ଫୁଙ୍କି ଖୁଆଇଥାଆନ୍ତି। ମାତ୍ର ଏଭଳି କରିବା ଦ୍ୱାରା ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ ଏହା ବିଷୟରେ ….
ବ୍ୟାକ୍ଟେରିଆ ଜନିତ ସମସ୍ୟା –
ଦାନ୍ତ ପାଇଁ କ୍ଷତିକାରକ ହୋଇଥିବା ବ୍ୟାକ୍ଟେିଆ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ମଧ୍ୟ ସଂକ୍ରମିତ ହୋଇଥାଏ। ତେଣୁ ଯଦି ଆପଣଙ୍କର କ୍ୟାବେଟୀ ଜନିତ ସମସ୍ୟା ରହିଛି, ତେବେ ନିଜ ଶିଶୁର ଖାଦ୍ୟକୁ ଫୁଙ୍କିବା ସମୟରେ ସେହି ବ୍ୟାକ୍ଟେରିଆ ଖାଦ୍ୟରେ ପ୍ରବେଶ କରିଥାଏ। ଯାହା ଆପଣଙ୍କ ଶିଶୁ ପାଇଁ କ୍ଷତିକାରକ। ତେଣୁ ଖାଦ୍ୟ ଗରମ ଥିବା ସମୟରେ ଏହାକୁ ଏକ ପାତ୍ରରେ ପାଣି ରଖି ଖାଦ୍ୟ ପାତ୍ରକୁ ପାଣିପାତ୍ରରେ ରଖି ଥଣ୍ଡା କରି ଖୁଆନ୍ତୁ।
ଦାନ୍ତ ଭାଙ୍ଗିବା ପୂର୍ବରୁ କ୍ୟାବେଟୀର ବିପଦ –
ପାଟି ମଧ୍ୟକୁ କ୍ୟାବେଟୀର ବ୍ୟାକ୍ଟେରିଆ ପ୍ରବେଶ କରିବା ପରେ , ପାଟି ଭିତରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଫଳରେ ପିଲାମାନଙ୍କ ଦାନ୍ତ ପଡ଼ିବା ପୂର୍ବରୁ କ୍ୟାବେଟୀ ବ୍ୟାକ୍ଟେରିଆ ଦାନ୍ତ ମୂଳରେ ରହିଥାଆନ୍ତି। ଯାଦ୍ୱାରା ଦାନ୍ତ ଭାଙ୍ଗିବା ପରେ ନୂତନ ଦାନ୍ତ ସୃଷ୍ଟି ସମୟରେ ବହୁ ଅସୁବିଧା ସୃଷ୍ଟି ହୋଇଥାଏ।
ଏପରି ରଖନ୍ତୁ ନିଜ ଶିଶୁର ଧ୍ୟାନ-
ପିଲାମାନଙ୍କୁ ଖାଦ୍ୟ ଫୁଙ୍କି ଖୁଆଇବା କାରଣରୁ, ଗୋଟିଏ ଚାମଚକୁ ପିଲାଙ୍କୁ ଖୁଆଇ ସେହି ଚାମଚରେ ଅନ୍ୟକୁ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ବ୍ୟାକ୍ଟେରିଆ ପାଟି ମଧ୍ୟରେ ପ୍ରବେଶ କରିଥାଏ। ତେଣୁ ଏଭଳି କରନ୍ତୁ ନାହିଁ।
ନିଜେ ଚାମଚରେ ଖାଦ୍ୟ ଖାଉଥିବା ସମୟରେ ସେହି ଖାଦ୍ୟକୁ ସେହି ଚାମଚରେ ପିଲାଙ୍କୁ ଖୁଆନ୍ତୁ ନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories