www.samajalive.in
Monday, December 8, 2025
27.1 C
Bhubaneswar

୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି

ଭୁବନେଶ୍ବର : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ବୋର୍ଡ କାର୍ଯ୍ୟାଳୟ ଗସ୍ତ ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଏସବୁ ବିଦ୍ୟାଳୟକୁ ନିଜେ ପରିଦର୍ଶନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଶୂନ ଫଳାଫଳକୁ ନେଇ ଅସୁବିଧା କେଉଁଠି ରହିଲା ତାହା ଅନୁଧ୍ୟାନ କରାଯିବ । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଦ୍ୟାଳୟ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୋଲି ମନ୍ତ୍ରୀ କହିଛନ୍ତି । ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ତର୍ଜମା ଆରମ୍ଭ ହୋଇଛି । ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି । ଯାହା ସବୁଠାରୁ ବଡ ଚ୍ୟାୟଲଞ୍ଜର ବିଷୟ ପାଲଟିଛି । ପାଠ୍ୟକ୍ରମରେ ସ୍ପୋକନ୍ ଇଂଲିସ୍ ସାମିଲ କରିବାକୁ ଯୋଜନା ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories