www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ାଇଲେ ପଥର ଫିଙ୍ଗାଳି, ସୁରକ୍ଷା କର୍ମୀଙ୍କୁ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗରର ପଥର ଫିଙ୍ଗାଳିଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବୁଧବାର ଇଦ୍‌ ଅବସରରେ ପଥର ଫିଙ୍ଗାଳି ଗୋଷ୍ଠୀ ସେନାବାହିନୀ ଉପରକୁ ଆକ୍ରମଣ କରିଛନ୍ତି। ଶ୍ରୀନଗରର ଜାମିଆ ମସଜିଦରେ ଇଦ୍‌ ନମାଜ ପାଠ ପରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସୁରକ୍ଷା କର୍ମୀମାନଙ୍କ ଉପରକୁ ଢେଲା, ପଥର ମାଡ଼ କରିଛନ୍ତି। ଏହା ସହିତ ସେମାନେ ପାକିସ୍ତାନ ଏବଂ ଆଇଏସ ପତାକା ଉଡ଼ାଇଛନ୍ତି। ଆତଙ୍କବାଦୀ ଜାକିର ମୁସା ଏବଂ ମାସୁଦ ଆଝାରଙ୍କ ଫଟୋ ଥିବା ପୋଷ୍ଟର ପ୍ରଦର୍ଶନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେନା ପକ୍ଷରୁ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା ୩ଜଣ ପଥର ଫିଙ୍ଗାଳିଙ୍କୁ ଗିରଫ କରି ୧୦ ଦିନିଆ ରିମାଣ୍ଡରେ ନେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories