www.samajalive.in
Monday, December 8, 2025
27.1 C
Bhubaneswar

ଅଖିଳେଶଙ୍କ ସହ ମେଣ୍ଟ ରହିବ, କିନ୍ତୁ ଉପନିର୍ବାଚନ ଏକା ଲଢ଼ିବୁ: ମାୟାବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ହୋଇଥିବା ମହାମେଣ୍ଟ ଭାଙ୍ଗିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢ଼ିବ। କିନ୍ତୁ ତା ମାନେ ନୁହେଁ ଯେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ସମ୍ପର୍କ ସ୍ଥାୟୀ ଭାବେ ତୁଟିଗଲା। ଉଭୟଙ୍କ ମଧ୍ୟରେ ମେଣ୍ଟ ରହିବ ବୋଲି ସେ କହିଥିଲେ। ସେହିପରି ଅଖିଳେଶ ମଧ୍ୟ ଉପନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢ଼ିବ ବୋଲି ସୂଚନା ଦେଇଛନ୍ତି।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏସପି-ବିଏସପି ମେଣ୍ଟର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ୮୦ ଲୋକସଭା ଆସନରୁ ମେଣ୍ଟ ଖାତାକୁ ମାତ୍ର ୧୫ଟି ଆସନ ଯାଇଥିଲା। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୂଳ ଭୋଟ ଅର୍ଥାତ ଯାଦବ ସମ୍ପ୍ରଦାୟ ଦଳକୁ ସମର୍ଥନ କଲା ନାହିଁ ବୋଲି ମାୟାବତୀ କହିଛନ୍ତି।

- Advertisement -

ମାୟାବତୀ ଆହୁରି କହିଥିଲେ, ଅଖିଳେଶଙ୍କ ସହ ତାଙ୍କର ସମ୍ପର୍କ କେବଳ ରାଜନୀତିରେ ସୀମିତ ନାହିଁ। ଏସପି-ବିଏସପି ମେଣ୍ଟ ହେବା ପରେ ଅଖିଳେଶ ଏବଂ ତାଙ୍କ ପତ୍ନୀ ଡିମ୍ପଲ ମୋତେ ବହୁତ ସମ୍ମାନ ଦେଇଛନ୍ତି। ମୁ ମଧ୍ୟ ଦେଶର ସ୍ବାର୍ଥ ପାଇଁ ସବୁକିଛି ଭୁଲିଯାଇ ସେମାନଙ୍କୁ ସମ୍ମାନ ଦେଉଛି। ଆମ ମଧ୍ୟରେ ସମ୍ପର୍କ ସବୁଦିନ ପାଇଁ ରହିବ ବୋଲି ସେ କହିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories