ନୂଆଦିଲ୍ଲୀ : ବିଶ୍ୱର କେତେକ ଦେଶର ମୁସଲିମ ମଙ୍ଗଳବାର ଇଦ୍ ଉତ୍ସବ ପାଳନ କରିବେ। ତେବେ ଭାରତରେ ଅସନ୍ତା କାଲି ଅର୍ଥାତ ବୁଧବାର ଇଦ୍ ଉତ୍ସବ ପାଳନ ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି।
ସଂଯୁକ୍ତ ଆରବ ଇମିରେଟ୍ସ ୧୪୪୦ ହିଜରୀ ପଞ୍ଜିକାର ପ୍ରଥମ ଦିନ ଜୁନ୍ ୪ରେ ଇଦ୍ ପାଳିବାକୁ ନିଷ୍ପତ୍ତି ନେଇଛି। ମୁନ ସାଇଟିଂ କମିଟି ବୈଠକ ପରେ ଏହି ଘୋଷଣା କରାଯାଇଛି।
ପ୍ରକାଶ ଯେ ଯେଉଁ ରାତିରେ ଚନ୍ଦ୍ର ଦେଖାଯାଏ, ତାର ପର ଦିନ ଇଦ୍ ପାଳିବାକୁ ଘୋଷଣା କରାଯାଇଥାଏ। କିନ୍ତୁ ଭୌଗଳିକ ଦୃଷ୍ଟି କୋଣରୁ ଚନ୍ଦ୍ର ବିଭିନ୍ନ ଦେଶରେ ଅଲଗା ଅଲଗା ସମୟରେ ଦୃଶ୍ୟମାନ ହୋଇଥାଏ।
ବିଦେଶରେ ଆଜି, ଭାରତରେ କାଲି ପାଳନ ହୋଇପାରେ ଇଦ୍
Popular Categories



