www.samajalive.in
Monday, December 8, 2025
27.1 C
Bhubaneswar

୨୫ ବର୍ଷ ପୂର୍ବେ ମୋଦୀଙ୍କ ସହ ଆମେରିକା ଯାଇଥିଲେ ଏହି ବ୍ୟକ୍ତି ; ଆଜି ହୋଇପାରନ୍ତି ମନ୍ତ୍ରୀ !

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଓ ସିକନ୍ଦରାବାଦରୁ ସାଂସଦ ଜି କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାରରେ ମନ୍ତ୍ରୀ ହୋଇପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ କିଶନ ରେଡ୍ଡୀଙ୍କୁ ଫୋନ୍‌ କଲ୍ ଯାଇଛି।

pic courtesy krishanraddy.org

କୁହାଯାଉଛି କି, ତେଲେଙ୍ଗାନାରେ ପ୍ରଥମ ଥର ବିଜେପି ୪ଟି ଲୋକସଭା ସିଟ୍‌ ଜିତିଛି। ଏହି ୪ଟି ସିଟରେ ବିଜେପିକୁ ଜିତାଇବାରେ ଜି. କିଶନ ରେଡ୍ଡୀଙ୍କ ବଡ଼ ଭୂମିକା ରହିଛି। ସେଥିପାଇଁ ବିଜେପି ମୁଖ୍ୟ କିଶନଙ୍କୁ ମନ୍ତ୍ରୀ ପଦ ଦେଇପାରନ୍ତି। ସେଥିପାଇଁ ସେ ଦିଲ୍ଲୀ ମଧ୍ୟ ଯାଇଛନ୍ତି।

- Advertisement -
pic courtesy krishanraddy.org

ତେଲେଙ୍ଗାନାର ସାଧାରଣ ପରିବାରରୁ ଆସିଛନ୍ତି କିଶନ ରେଡ୍ଡୀ । ରେଡ୍ଡୀଙ୍କ କିଛି ପୁରୁଣା ଫଟୋରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଲୋକ ବୋଲି ଅନୁମାନ କରାଯାଉଛି । ସେ ସ୍କୁଲ ଦିନରୁ ହିଁ ଆରଏସଏସ ସହିତ ଜଡ଼ିତ ଥିଲେ । ଜୟପ୍ରକାଶ ନାରାୟଣ ନେତୃତ୍ୱରେ ସେ ୧୯୭୭ରେ ବିଜେପି କାର୍ୟ୍ୟକର୍ତ୍ତା ଭାବେ ଯୋଗ ଦେଇଥିଲେ । ୧୯୯୪ରେ ମୋଦୀଙ୍କ ଆମେରିକା ଗସ୍ତ ବେଳେ ସେ ତାଙ୍କ ସାଙ୍ଗରେ ଯାଇଥିଲେ ।

pic courtesy aajtak

୨୦୦୪ରେ ହିମାୟତ ନଗର ର୍ନିବାଚନ ମଣ୍ଡଳୀରୁ ସେ ପ୍ରଥମ ଥର ର୍ନିବାଚନ ଲଢି ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବି ସେ ଜିତିଥିଲେ। ଏହା ବ୍ୟତୀତ ସେ ୩ଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ବିଜେପି ପ୍ରଦେଶ ଅଧ୍ୟକ୍ଷ ଓ ତେଲେଙ୍ଗାନାରେ ବି ୟୁନିଟ୍‌ ମୁଖ୍ୟ ରହିସାରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories