www.samajalive.in
Monday, December 8, 2025
27.1 C
Bhubaneswar

ଡାକ୍ତର ପାୟଲ ତାଡୱୀ ଆତ୍ମହତ୍ୟା ମାମଲା: ୩ ମହିଳା ଡାକ୍ତର ଗିରଫ, ଆଣ୍ଟି ରାଗିଂ ଟିମ୍‌ କରିବ ତଦନ୍ତ

ମୁମ୍ବଇ: ମୁମ୍ବଇର ବିୱାଇଏଲ ମେଡିକାଲ କଲେଜରେ ସ୍ତ୍ରୀ ରୋଗ ବିଭାଗର ୨ୟ ବର୍ଷର ଛାତ୍ରୀ ଡାକ୍ତର ପାୟଲ ତାଡୱୀ ଆତ୍ମହତ୍ୟା ମାମଲାରେ ଆଗ୍ରିପଡ଼ା ପୁଲିସ ୩ ଜଣ ମହିଳା ଡାକ୍ତରଙ୍କୁ ଗିରଫ କରିଛି। ଏହି ମହିଳା ଡାକ୍ତରମାନେ ପାୟଲଙ୍କ ଜାତିକୁ ନେଇ ବାରମ୍ବାର ଆକ୍ଷେପ କରି ମାନସିକ ନିର୍ଯାତନା ଦେବା କାରଣରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଗତ ୨୨ ତାରିଖରେ ହଷ୍ଟେଲ ରୁମ୍‌ରୁ ପାୟଲଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। କିନ୍ତୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିପଡ଼ିଥିଲା। ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଦେଶବ୍ୟାପୀ ଜୋରଦାର ବିରୋଧ ସୃଷ୍ଟି ହେବାରୁ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବରି​‌ଷ୍ଠ ମହିଳା ଡାକ୍ତର ଭକ୍ତି ମେହେର, ଡା. ହେମା ଆହୁଜା ଏବଂ ଡା. ଅଙ୍କିତା ଖଣ୍ଡେଲୱାଲ। ସମସ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

- Advertisement -

ପାୟଲଙ୍କ ଘର ଜଲଗାଓଁରେ। ସେ ଏକ ଆଦିବାସୀ ପରିବାରରୁ ଆସିଥିବାରୁ ତାଙ୍କ ଜାତିକୁ ନେଇ ଅଭିଯୁକ୍ତ ଡାକ୍ତରମାନେ ବାରମ୍ବାର କଟୁ ଆକ୍ଷେପ କରିଆସୁଥିଲେ। ଏପରି କି ତାଙ୍କୁ ଏକ ହ୍ବାଟ୍ସଆପ ଗ୍ରୁପରେ ମଧ୍ୟ ଆକ୍ଷେପ କରି ଲଜ୍ଜିତ କରୁଥିଲେ। ଏ ନେଇ ପାୟଲ ଗତ ୧୩ ତାରିଖରେ ମେଡିକାଲ କଲେଜର ଡିନ୍‌ଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ କଲେଜ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଅନ୍ୟପଟେ ପାୟଲଙ୍କ  ସ୍ବାମୀ ଡାକ୍ତର ସଲମାନ ତାଡୱୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ହସ୍ପିଟାଲ ପକ୍ଷରୁ ମାମଲାର ତଦନ୍ତ ପାଇଁ ଏକ ଆଣ୍ଟି ରାଗିଂ କମିଟି ଗଠନ କରାଯାଇଛି। ଏହା ସହିତ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ଡାକ୍ତର ଏସ୍‌.ଡି. ଶିରୋଦକାରଙ୍କୁ ନିଲମ୍ବନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories