www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତର ପ୍ରଦେଶ, ଓଡ଼ିଶା ପରେ ଝାଡ଼ଖଣ୍ଡ ପିସିସି ସଭାପତିଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ଜଣକ ପରେ ଜଣେ ନେତା ବିଭିନ୍ନ ପଦବୀରୁ ଇସ୍ତଫା ଦେବାର ଧାରା ଜାରି ରହିଛି। ଏହି କ୍ରମରେ ଝାଡ଼ଖଣ୍ଡର ପିସିସି ସଭାପତି ତଥା କଂଗ୍ରେସ ମୁଖ୍ୟ ଅଜୟ କୁବାର ସୋମବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ନୈତିକତା ଦୃଷ୍ଟିରୁ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।

ତେବେ ଝାଡ଼ଖଣ୍ଡ କଂଗ୍ରେସ ମୁଖପାତ୍ର ଆଲୋକ ଦୁବେ କହିଛନ୍ତି, ରାଜ୍ୟରେ ଆମ ଦଳର ପ୍ରଦର୍ଶନ କିଛି ଖରାପ ନ ଥିଲା। ଆମେ ସିଂହଭୁମ ଆସନରେ ସହଜରେ ବିଜୟ ଲାଭ କରିଛୁ। କିନ୍ତୁ ଖୁଣ୍ଟି ଏବଂ ଲୋହାରଗଡ଼ରେ କମ୍‌ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଛନ୍ତି।

- Advertisement -

ଏହା ପୂର୍ବରୁ ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ରାଜ ବବ୍ବର ଏବଂ ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି। ଉଭୟେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଥିଲେ। ତେବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେବାକୁ କହିଥିଲେ ହେଁ ଗତ ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ତାହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଅନ୍ୟପଟେ ଆମେଠିରେ ରାହୁଲଙ୍କ ପରାଜୟ ପରେ ଆମେଠି ଜିଲା କଂଗ୍ରେସ ସଭାପତି ଯୋଗେନ୍ଦ୍ର ମିଶ୍ର ବି ଇସ୍ତଫା ଦେଇସାରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories