www.samajalive.in
Tuesday, December 9, 2025
15.1 C
Bhubaneswar

ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର : ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଚିତ୍ର କିପରି ରହିଛି ତାହା ଅନୁଧ୍ୟାନ କରିବା ପାଇଁ ଆଜି ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍‍ ଓ ୟୁନିସେଫ୍‍ ଅଧିକାରୀଙ୍କର ଏହି ପ୍ରତିନିଧି ଦଳ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହ ଆଲୋଚନା କରିଛନ୍ତି। ୬ଟି ଦଳରେ ଏହି ପ୍ରତିନିଧି ଦଳ ବିଭିନ୍ନ ବାତ୍ୟା ପ୍ରଭାବିତ ଜିଲା ଗସ୍ତ କରିବେ।
ହସ୍ତଗତ ସୂଚନା ଅନୁସାରେ ଅାଜି ଆଲୋଚନା ସମୟରେ ବିଭାଗ ପକ୍ଷରୁ ବାତ୍ୟା ଜନିତ କ୍ଷୟକ୍ଷତି ସଂକ୍ରାନ୍ତରେ କରାଯାଇଥିବା ଆକଳନ ସମ୍ପର୍କରେ କେନ୍ଦ୍ରୀୟ ଦଳକୁ ଅବଗତ କରାଯାଇଥିଲା। ଏଥିସହ ବାତ୍ୟା ପୂର୍ବରୁ ଓ ପରେ ବିଭାଗ ପକ୍ଷରୁ ନିଆଯାଇ ଥିବା ସ୍ବାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଦଳର ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।
ଏହି କେନ୍ଦ୍ରୀୟ ପ୍ରତିନିଧିଦଳ ଚଳିତ ମାସ ୨୬ରୁ ୨୮ ତାରିଖ ମଧ୍ୟରେ ବାତ୍ୟା କ୍ଷତିଗ୍ରସ୍ତ ଜିଲା ପରିଦର୍ଶନ କରିବେ। ଆସନ୍ତା ୩ ତାରିଖରେ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ରୀତୁ ସିଂହ ଚୌହାନ ଓ ଡାକ୍ତର ଅବନୀନ୍ଦ୍ରନାଥ ସାହୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକ ଗସ୍ତରେ ଯିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଡାକ୍ତର ଗୌରବ ଗୁପ୍ତା ଓ ଡାକ୍ତର ସନ୍ତୋଷ ସାହୁଙ୍କୁ ନେଇ ଗଠିତ ଅନ୍ୟ ଏକ ଦଳ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ କ୍ୟାପିଟାଲ ହସପିଟାଲ, କଟକସ୍ଥିତ ସିଟି ହସ୍ପିଟାଲ ପରିଦର୍ଶନରେ ଯିବେ। ସେହିପରି ୟୁନିସେଫ୍‍ର ଡାକ୍ତର ବ୍ରଜେଶ ରାଜ ମିତ୍ର, ଡବ୍ଲୁଏଚ୍‌ଓ’ର ଡ଼ାକ୍ତର ଦୀପକ କୁମାର କର ଓ ଡାକ୍ତର ଜ୍ଞାନ ଚାନ୍ଦଙ୍କୁ ନେଇ ଗଠିତ ଅନୁଧ୍ୟାନକାରୀ ଦଳ ଯାଜପୁର ଓ ଭଦ୍ରକ ଜିଲା ଗସ୍ତରେ ଯିବାକୁ ଥିବାବେଳେ ବିଶ୍ୱବ୍ୟାଙ୍କ୍‍ର ଡାକ୍ତର ସୁରେଶ କୁମାର ଓ ୟୁନିସେଫ୍‍ର ଦୀପକ କୁମାର ବିଶ୍ୱାଳଙ୍କୁ ନେଇ ଗଠିତ ଟିମ୍‍ ଜଗତସିଂହପୁର, କେନ୍ଦ୍ରାପଡା ଜିଲା ଗସ୍ତରେ ଯିବେ ।
ବିଭାଗର କମିଶନର ଡା. ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ଯୁଗ୍ମ ସଚିବ ଯାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା, ଡାକ୍ତର ଲିଙ୍ଗରାଜ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories