www.samajalive.in
Monday, December 8, 2025
20.1 C
Bhubaneswar

ରୁଟିରେ ତେଲ ବଦଳରେ ଘିଅ ଲଗାଇ ଖାଇବାର ଉପକାରିତା …

ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ଓ ଜୀବନଶୈଳୀ ଦରକାର। କିନ୍ତୁ ଆଜିକାଲି ଲୋକମାନେ ପୋଷଣ ଥିବା ଖାଦ୍ୟ ଖାଇବା ବଦଳରେ ଅଧିକ ଜଙ୍କଫୁଡ୍ସ ଓ ତୈଳାକ୍ତ ଖାଦ୍ୟ ଖାଉଛନ୍ତି। ଏହା ଶରୀର ପାଇଁ କ୍ଷକିକାରକ ହୋଇଥାଏ। କିନ୍ତୁ ଅଧିକ ଲୋକେ ରୁଟି ଓ ପରଟାରେ ତେଲ ମାରି ଖାଇଥାଆନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ଅଧିକ କ୍ଷତିକାରକ ହୋଇଥାଏ। ତେଣୁ ରୁଟି ଓ ପରଟାରେ ତେଲ ବଦଳରେ ଘିଅ ମାରି ଖାଇବା ଉଚିତ୍। କାରଣ ଘିଅ ସ୍ବାସ୍ଥ୍ୟ ପକ୍ଷେ ହିତକରକ ଅଟେ। କାରଣ ଘିଅରେ ଅନେକ ପୋଷକ ତତ୍ତ୍ବ ରହିଛି। ଏହା ଶରୀରକୁ ଅନେକ ରୋଗ କବଳରୁ ବଞ୍ଚାଇଥାଏ ଓ ଦୂରେଇ ରଖିଥାଏ। ଯଦି ଆପଣ ଭାବୁଛନ୍ତି ଯେ, ଘିଅ ଖାଇବା ଦ୍ବାରା  ଓଜନ ବୃଦ୍ଧି ହେଉଥାଏ ତେବେ ଏପରି ଭାବନ୍ତୁ ନାହିଁ।

ଆସନ୍ତୁ ଜାଣିବା ରୁଟିରେ ଘିଅ ଲଗାଇ ଖାଇବା ଦ୍ବାରା ଶରୀରର କି ଉପକାରିତା ହୋଇଥାଏ।

- Advertisement -

ଓଜନ ନିୟନ୍ତ୍ରିତ ହୋଇଥାଏ :

ଯେଉଁ ବ୍ୟକ୍ତିମାନେ ଓଜନ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ସେମାନେ ଏହି ଉପାୟ ଅବଲମ୍ବନ କରିବା ଉଚିତ। ସେମାନେ ଘିଅ ଖାଇବା ଲାଭଜନକ ହେବ। ଘିଅ ଖାଇବା ଦ୍ବାରା ଶରୀରରେ ମେଟାବୋଲିଜିମ୍ ବଢିଥାଏ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଏହା ଶରୀରରେ ଚର୍ବିକୁ ଏନର୍ଜି ରୂପେ ବଦଳାଇ ଦେଇଥାଏ।

ମୁହଁ ପାଇଁ ଲାଭଦାୟକ :

ଘିଅରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ମୁହଁ ପାଇଁ ଲାଭଦାୟକ ଅଟେ। ଏହା ଖାଇବା ଦ୍ବାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରୁ ମୃତ କୋଷିକା ଗୁଡିକ ବାହାର କରିବାରେ ସହାୟକ ହୋଇଥାଏ। ଘିଅ ଖାଇବା ଦ୍ବାରା ମୁହଁରେ ଦାଗ ଓ ବ୍ରଣ ସମସ୍ୟା ହୋଇ ନ ଥାଏ। ଏହା ମୁହଁର ଚମକ ବୃଦ୍ଧି କରାଇଥାଏ।

ପେଟ ପାଇଁ ଉପକାରୀ :

ରୁଟିରେ ଘିଅ ଲଗାଇ ଖାଇବା ଦ୍ବାରା ପେଟର ଅନେକ ସମସ୍ୟା ଦୂର ହୋଇଥାଏ। ଏହାଦ୍ବାରା କୋଷ୍ଠକାଠିନ୍ୟ, ଏସିଡିଟି ଓ କାଶ ସମସ୍ୟା ଦୂର ହୋଇଥାଏ। ଏହାସହ ପେଟ ଦରଜ ସମସ୍ୟା ଦୂର ହୋଇଥାଏ।

କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରିଥାଏ :

ଘିଅ ଶରୀରରେ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରିଥାଏ। ଏହାସହ ଭଲ କୋଲେଷ୍ଟ୍ରଲ ବଢାଇବାରେ ସହାୟକ ହୋଇଥାଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ କରିଥାଏ।

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories